Odia News Portal

ପୁଅର କଟୁରି ଚୋଟରେ ମାଆ ଏବଂ ସ୍ତ୍ରୀ ଆହତ

ଯାଜପୁର ରୋଡ :  ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଧୁବନ ଗ୍ରାମରେ ଅଭାବନୀୟ ଘଟଣା। ପୁଅର କଟୁରି ଚୋଟରେ ମାଆ ଏବଂ ସ୍ତ୍ରୀ ଆହତ। ଆହତ ଅବସ୍ଥାରେ ପୋଲିସ ଉଭୟଙ୍କୁ ଉଦ୍ଧାର କରି ସୁକିନ୍ଦା ମେଡ଼ିକାଲରେ ଭର୍ତି କରାଇଛି ଏବଂ ଅଭିଯୁକ୍ତ ପୁଅ ଟିମା ଦେହୁରୀ ଙ୍କୁ ଥାନାରେ ଅଟକ ରଖିଛି। ଘଟଣାରୁ ପ୍ରକାଶ ପୂର୍ବରୁ ଅନେକଥର ପରିବାରରେ ସେମାନଙ୍କ ମଧ୍ୟରେ କଳହ ଲାଗିରହୁଥିଲା। ଟିମା ଅନେକ ଥର ଘରେ ସମସ୍ତଙ୍କୁ ପିଟାପିଟି ମଧ୍ୟ କରେ ।

ତେବେ ଆଜି ସକାଳ ସେ ଉଗ୍ରରୂପ ଧାରଣ କରି ଏକ କଟୁରି ଧରି ସ୍ତ୍ରୀ କୁ ହାଣିବାକୁ ଗୋଡ଼ାଇ ଥିଲା।ଏହି ସମୟରେ ମାଆ ଟିମାକୁ ଧରି ପକାଇବାରୁ ସେ କଟୁରିରେ ମାଆ ମୁଣ୍ଡରେ ଏକ ଚୋଟ ପକାଇଥିଲା। ଏବଂ ପରେ ସ୍ତ୍ରୀ କୁ ମଧ୍ୟ ହାଣି ପକାଇଥିଲା। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ଖବର ପାଇ କଳିଙ୍ଗ ନଗର ଅତିରିକ୍ତ ଏସ.ପି ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଟିମାକୁ ଥାନାକୁ ଆଣିବା ସହ ଆହତମାନଙ୍କୁ ମେଡିକାଲ ପଠାଇଛନ୍ତି। ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି।