Odia News Portal

ଆଜିିଠୁ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼: ଆଜିିଠୁ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବରଗଡ଼ ସହର ପାଲଟିବ ମଥୁରା ନଗରୀ । ଅମ୍ବାପାଲି ହେବ ଗୋପପୁର । ଦୁଇ ସହର ମଧ୍ୟରେ ପ୍ରବାହିତ ଜୀରା ନଈ ପାଲଟିବ ଯମୁନା । ଅମ୍ବାପାଲି ଓ ବରଗଡ଼ର ସବୁ ଲୋକ ପାଲଟିବେ ଜଣେ ଜଣେ କଳାକାର ।

ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚରେ ୧୧ ଦିନ ଧରି ପରିବେଷଣ ହେବ କୃଷ୍ଣ ଲୀଳା । ଧନୁଯାତ୍ରା ମହୋତ୍ସବ ପାଇଁ ଉତ୍ସବ ମୁଖର ହୋଇଉଠିଛି ବରଗଡ଼ ଜିଲ୍ଲା । ଏଥର ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆୟୋଜନ କମିଟି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି ।