Odia News Portal

ବଢିଲା ପାନ୍‌ ଓ ଆଧାର ଲିଙ୍କ୍‌ ସମୟ ସୀମା

ନୂଆଦିଲ୍ଲୀ : ବଢିଲା ପାନ୍‌ ଓ ଆଧାର ଲିଙ୍କ୍‌ ସମୟ ସୀମା । ବର୍ତ୍ତମାନ ୨୦୨୦ ମାର୍ଚ୍ଚ ୩୧ ଯାଏଁ ସମୟ ସୀମାକୁ ବୃଦ୍ଧି କରାଯାଇଛି । ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ ବା CBDT ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।

୨୦୧୯ ଡିସେମ୍ବାର ୩୧ରେ ଏହି ସମୟ ସୀମା ଶେଷ ହେଉଥିବା ବେଳେ ଏହାକୁ ବୃଦ୍ଧି କରାଯାଇଛି । ଏହାକୁ ମିଶେଇ ସରକାର ଆଠ ଥର ପାନ୍‌ ଓ ଆଧାର ଲିଙ୍କ୍‌ ସମୟ ସୀମାକୁ ବୃଦ୍ଧି କରିସାରିଲେଣି ।