Odia News Portal

ଘର ଭିତରକୁ ପଶିଗଲା କାର୍ : ୪ ଆହତ

ଭୁବନେଶ୍ୱର :  ଘର ଭିତରକୁ ପଶିଗଲା କାର୍ । କାରରେ ଥିବା ୪ ଜଣ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ବାଲିଅନ୍ତା ଥାନା ବୁଦ୍ଧିପଡା ଛକରେ ଘଟିଛି ଏହି ଘଟଣା । ଶନିବାର ବିଳମ୍ବିତ ରାତ୍ରିରେ ଅଠାନ୍ତର ଗ୍ରାମର ୩ ଜଣ ଏକ କାର୍ ଭଡା କରି ମେଡିକାଲ୍‌ ଯାଉଥିଲେ ।

ଉତ୍ତରା-ବନମାଳିପୁର ରାସ୍ତା ବୁଦ୍ଧିପଡା ଛକରେ OD-14-L – 2086 ନମ୍ବର କାରଟି ଭାରସାମ୍ୟ ହରାଇ ଏକ ଘରେ ପଶିଯାଇଥିଲା । ଉକ୍ତ ଘରେ ଜଣେ ବ୍ୟକ୍ତି ନିଜ ଟେଣ୍ଟ ହାଉସ୍ ଜିନିଷପତ୍ର ରଖିଥିଲେ । ଦୁର୍ଘଟଣାରେ ଘରଟି ଭାଙ୍ଗିରୁଜି ଯିବା ସହ କାରଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବାଳକାଟି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଡ୍ରାଇଭର୍ ସମେତ ୪ ଆହତଙ୍କୁ ହସ୍ପିଟାଲ୍ ପଠାଇବା ସହ ଗାଡ଼ି ଜବତ କରିଛି ।