Odia News Portal

କ୍ୟାପିଟାଲ ହସପିଟାଲ ଶିଶୁ ରୋଗ ଚିକିତ୍ସା ବିଭାଗ ଆଇସିୟୁରେ ନିଆଁ

ଭୁବନେଶ୍ୱର : ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ଶିଶୁ ରୋଗ ଚିକିତ୍ସା ବିଭାଗ ଆଇସିୟୁରେ ନିଆଁ ଲାଗି ଯାଇଛି। ଏସିରୁ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଥିବା ଜଣାପଡ଼ିଛି । କିଛି ସମୟ ପୂର୍ବରୁ ଅଚାନକ ଗୋଟିଏ ଏସିରୁ ଧୂଆଁ ବାହାରି ଆଇସିୟୁ ଭିତରେ ବ୍ୟାପିଗଲା ।

ସେଠାରେ ଥିବା ଲୋକମାନେ ନିଜ ନିଜ ପିଲାଙ୍କୁ ଧରି ଭୟରେ ବାହାରକୁ ଦୌଡ଼ି ପଳାଇ ଆସିଲେ । ତେବେ ହସପିଟାଲ କର୍ମଚାରୀମାନେ ତୁରନ୍ତ ଏହାକୁ ନିୟନ୍ତ୍ରଣ କରି ନେଇଥିଲେ । ତଥାପି କିଛି ସମୟ ପର‌୍ୟ୍ୟନ୍ତ ସେହି ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଥିଲା ଅବଶ୍ୟ ଏଥିରେ କାହାରି କୌଣସି କ୍ଷତି ହୋଇନାହିଁ ।