Odia News Portal

ତୈଳଦର ବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳର ବିକ୍ଷୋଭ

ଭୁବନେଶ୍ୱର : ଦେଶରେ ଗତ ତିନି ସପ୍ତାହ ଧରି ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଅହେତୁକ ଦର ବୃଦ୍ଧି ଘଟୁଛି । ଏହି ଆକାଶ ଛୁଆଁ ଦର ବୃଦ୍ଧି ଯୋଗୁଁ ସିଧାସଳଖ ସାଧାରଣ, ଗରିବ ଓ ଖଟିଖିଆ ଲୋକେ ପ୍ରଭାବିତ ହେଉଛନ୍ତି । ଫଳରେ ଲୋକମାନଙ୍କୁ ସେମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀ ଚଢା ଦର ଦେଇ କିଣିବାକୁ ପଡୁଛି ।

ଯାହାର ପ୍ରତିବାଦ କରି ଶତାଧିକ ସମର୍ଥକଙ୍କ ସହ ବାମପନ୍ଥୀ ଦଳଗୁଡିକ ପକ୍ଷରୁ ଆଜି ରାଜଧାନୀର ମାଷ୍ଟ୍ରକ୍ୟାଣ୍ଟିନ ଛକ ଠାରେ ପ୍ରତିବାଦ କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଯଦି ଏ ଦିଗରେ କିଛି ଆଖିଦୃଶିଆ ପଦକ୍ଷେପ ନିଆ ନ ଯାଏ ତାହାଲେ ଆଗାମୀ ଦିନରେ ସାରା ଭାରତବର୍ଷରେ ଲକ୍ଷ ଲକ୍ଷ ସମର୍ଥକକଂ ସହ ଏହି ଆନ୍ଦୋଳନକୁ ଆହୁରୁ ତୀବ୍ରତର କରାଯିବ ବୋଲି ଦଳଗୁଡିକ ପକ୍ଷରୁ କୁହାଯାଇଛି ।