Odia News Portal

ବିଶ୍ବ ୟୁନିଭରସିଟି କ୍ରୀଡାରେ ଧ୍ବଜା ଧରିବେ ଦୂତୀ

ଭୁବନେଶ୍ବର ( ଚକ୍ରଧର ମାଝି ) : ଇଟାଲିର ନାପୋଲିରେ ଅନୁଷ୍ଠିତ ହେବ ୩୦ତମ ଓ୍ଵାଲର୍ଡ ୟୁନିଭରସିଟି ଗେମ୍-୨୦୧୯ । ପ୍ରତିଯୋଗିତାରେ ଭାରତୀୟ ବିଶ୍ୱବିଦ୍ୟାଳୟ ଦଳର ନେତୃତ୍ୱ ନେବା ସହ ଉଦ୍ଘାଟନୀ ଉତ୍ସବରେ ଭାରତୀୟ ପତାକା ଧରିବେ କିଟ୍ ଛାତ୍ରୀ ଦୂତୀ ଚାନ୍ଦ ।

ସେହିପରି ୧୫୦ ଜଣ ଭାରତୀୟ ଆଥଲେଟ ଦଳ ପାଇଁ କିଟର କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାସ ଭାରତୀୟ ଦଳର ଉପମୁଖ୍ୟ ଦାୟିତ୍ୱରେ ରହିବେ । କିଟର ସହକାରୀ କ୍ରୀଡ଼ା ନିର୍ଦ୍ଦେଶକ ରୁଦ୍ର କେଶବ ଜେନା ଅଫିସିଆଲ ଦାୟିତ୍ୱ ନେବେ । କିଟ୍ ଆଥଲେଟିକସର ମୁଖ୍ୟ କୋଚ ସଞ୍ଜୟ ଗଡ଼ନାୟକ ମଧ୍ୟ ଆଥଲେଟିକସ ଦଳର ନେତୃତ୍ୱ ନେବେ ।

ପ୍ରତିଯୋଗିତା ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର‌୍ୟ୍ୟନ୍ତ ଚାଲିବ । ଏପଟେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ।