Odia News Portal

ରାଜଧାନୀରେ ବଢୁଛି ସଂକ୍ରମଣ, ୧୭୧ ପଜିଟିଭ୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଭୁବନେଶ୍ୱର ମହାନଗର ନିଗମ(ବିଏମସି ) ଅଂଚଳରୁ ଗତକାଲି ୧୫୦ ଜଣ ଆକ୍ରାନ୍ତ ଚିହ୍ନଟ ହାଇଥିବା ବେଳେ ଆଜି ୧୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୪୫ ଜଣ କ୍ୱାରେଂଟାଇନ୍ ରେ ଥିବା ବେଳେ ୧୨୬ ଜଣ ଲୋକାଲ୍ କେସ୍ ରହିଛି । ଏନେଇ ବିଏମସି ଟ୍ୱିଟ୍ କରି ସୂଚନା ଦେଇଛି ।

ଆଜି ଚିହ୍ନଟ ହୋଇଥିବା ୧୨୬ କରୋନା ଆକ୍ରାନ୍ତଙ୍କ ଭିତରୁ ଖଣ୍ଡଗିରିରୁ ୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଡେଲ୍ଟା ଛକରୁ ୧୧, ଓଲ୍ଡ ଟାଉନ୍ ରୁ ୬,ଟଙ୍କପାଣି ରୋଡ୍ ରୁ ୬, ପଟିଆରୁ ୬, ନୟାପଲ୍ଲୀରୁ ୫, ପାତ୍ରପଡ଼ାରୁ ୫, ଚନ୍ଦ୍ରଶେଖରପୁରରୁ ୫ , ଜାଗମରାରୁ ୪, ଆଇଆରସି ଭିଲେଜରୁ ୪, ନୀଳାଦ୍ରି ବିହାରୁ ୪, ରସୁଲଗଡ଼ରୁ ୩, ୟୁନିଟ୍ -୩ରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତ । ଏହାବ୍ୟତୀତ ବଡ଼ଗଡ଼ , ଲକ୍ଷ୍ମୀସାଗର, ସତ୍ୟନଗର , ଶୈଳଶ୍ରୀ ବିହାର, ସହିଦ୍ ନଗର , ରେଂଟାଲ୍ କଲୋନୀ , ସତ୍ୟ ବିହାରୁ , ମୈତ୍ରୀ ବିହାରରୁ , ଜୟଦୁର୍ଗା ନଗରରୁ , ବିଜେବି ନଗରରୁ , ବୁଧେଶ୍ୱର କଲୋନୀରୁ , କଳିଙ୍ଗ ନଗରରୁ ୨ଜଣ ଲେଖାଏଁ ଏବଂ ଆଚାର୍ଯ୍ୟ ବିହାର, ବାଲିପାଟଣା, ଝାରପଡ଼ା, ବାପୁଜୀ ନଗର, ଡମଣା, ଡୁମ୍ଡୁମା, ହଂସପାଳ, ଗାଡ଼କଣ, କୋଳଥିଆ, ଖଣ୍ଡଗିରି, ପାଇକ ନଗର, କଳିଙ୍ଗ ବିହାର, ମଧୁସୂଦନ ନଗର, ମେଂଚଶ୍ୱର, ମାଷ୍ଟର କ୍ୟାଂଟିନ, ନନ୍ଦନ ବିହାର, ପଳାଶପଲୀ, ଝାରପଡ଼ା, ଜୟଦେବ ବିହାର, ଶାନ୍ତି ନଗର, ପୋଖରୀପୁଟ ଓ ସାମନ୍ତରାପୁରରୁ ଜଣେ ଲେଖାଏଁ ଲୋକାଲ୍ କେସ୍ ଚିହ୍ନଟ ହୋଇଛନ୍ତି ।
ଅପରପକ୍ଷରେ କ୍ୱାରେଂଟାଇନ୍ ମାମଲାମଧ୍ୟରୁ ବିଜେବି ନଗରରୁ ସର୍ବାଧିକ ୮ ଜଣ , ଓଲ୍ଡ ଟାଉନ୍ ରୁ ୭ ଜଣ, ପଟିଆରୁ ୫ ଜଣ , ପଟିଆ ଇଂଜିନିୟରିଂ କଲେଜରୁ ୫ ଜଣ ଓ ଚନ୍ଦ୍ରଶେଖରପୁରରୁ ୪ ଜଣ ଆକ୍ରାନ୍ତ ରହିଛନ୍ତି ।