Odia News Portal

ଅଶ୍ଲୀଳ ଭିଡିଓ ଦେଖେଇଲେ, ଟଙ୍କା ଲୁଟିନେଲେ

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଠକେଇ । ଅନଲାଇନରେ ଯୁବତୀଙ୍କ ସହ ଚାଟିଂ କରିବା ପଡ଼ିଛି ମହଙ୍ଗା । ଯୁବତୀଙ୍କ ସହ ଅଶ୍ଳୀଳ ଭିଡିଓ ଚାଟିଂ କରି ଜଣେ ଯୁବକ ୨୫ ହଜାର ଟଙ୍କା ହରାଇଥିବା ଖବର ନଜରକୁ ଆସିଛି । ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଜଣେ ଯୁବକ ଏଭଳି ଠକେଇର ଶିକାର ହୋଇଥିବା ନଜରକୁ ଆସିଛି ।

ମିଳିଥିବା ସୂଚନା ମୁତାବକ, ଯୁବକଙ୍କ ପାଖକୁ କିଛିଦିନ ତଳେ ଫେସବୁକରେ ଜଣେ ଝିଅଙ୍କ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଥିଲା । ଧିରେ ଧିରେ ସେ ଚାଟିଂ କରିବା ସହ ହ୍ୱାଟ୍ସଆପ ନମ୍ବର ଆଣିବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଅଧିକ ବଢ଼ିଯାଇଥିଲା । ସେମାନେ ଭିଡିଓ କଲରେ କଥା ହୋଇଥିଲେ । ଯୁବକଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ପଠାଇବାକୁ ଯୁବତୀ କହିଥିଲେ । ପ୍ରେମରେ କୁରୁଳୁଥିବା ଜଣକ ଯବୁତୀ ଯାହା କହୁଥିଲେ ତାହା କରୁଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ସବୁ ଭାଇରାଲ କରାଇ ଦେବାର ଭୟ ଦେଖାଇଥିଲେ ଯୁବତୀ । ଯାହାର ଭୟ ଦେଖାଇ ସେ ପ୍ରଥମେ ୧୦ ହଜାର ଓ ପରେ ୧୫ ହଜାର ଲୁଟିଥିବା ଅଭିଯୋଗରେ ଦଙର୍ଶାଯାଇଛି ।