Odia News Portal

ଭୂପେନ୍ଦ୍ର ପଟେଲ ହେବେ ଗୁଜୁରାଟର ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଗୁଜୁରାଟ ରାଜନୀତିରେ ବିଜେପିର ଚମକପ୍ରଦ ନିଷ୍ପତି । ଭୂପେନ୍ଦ୍ର ପଟେଲଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି ଦଳ । ଆଜି କୋର କମିଟି ବୈଠକ ପରେ ପଟେଲଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି । ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଅନେକଙ୍କ ନାଁ ମୁଖ୍ୟମନ୍ତ୍ରୀ ରେସରେ ଥିବା ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବିଜେପି ଭୂପେନ୍ଦ୍ରଙ୍କୁ ପ୍ରୋଜେକ୍ଟ କରିଛି । ତେବେ ଚାଲନ୍ତୁ ନଜର ପକାଇବା କିଏ ଏହି ଭୂପେନ୍ଦ୍ର ପଟେଲ ଓ କାହିଁକି ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମ୍ନାକୁ ଆଣିଲା ଭାରତୀୟ ଜନତା ପାର୍ଟି ।

ଭୂପେନ୍ଦ୍ର ଭାଇ ପଟେଲ । ଗୁଜୁରାଟ ଘାଟଲୋଦିୟାର ବିଧାୟକ । ୨୦୧୭ ସାଧାରଣ ନିର୍ବାଚନରେ ପୂରା ଗୁଜୁରାଟ ସ୍ତବ୍ଧ ହୋଇଥିଲା ଭୂପେନ୍ଦ୍ରଙ୍କ ଭୋଟ ଦେଖି । ସାରା ରାଜ୍ୟରେ ସର୍ବାଧିକ ୧ଲକ୍ଷ୧୭ ହଜାର ଭୋଟରେ ବିଜୟୀ ହୋଇଥିଲେ ଭୂପେନ୍ଦ୍ର ପଟେଲ । ଭୂପେନ୍ଦ୍ରଙ୍କ ଭୋଟ ବ୍ୟାଙ୍କ ଆଗରେ ଧୂଳି ଚାଟିଥିଲେ ବରିଷ୍ଠ କଂଗ୍ରେସ ନେତା ଶିଶିକାନ୍ତ ପଟେଲ । ଯେଉଁ ଆସନକୁ ଦିନେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲ କବଜା କରୁଥିଲେ ସେହି ଆସନରୁ ପୁଣି ଗୁଜୁରାଟ ଚୟନ କରିଛି ଆଉ ଜଣେ ମୁଖ୍ୟମନ୍ତ୍ରୀ । ତେବେ ମ୍ୟୁଖମନ୍ତ୍ରୀ ରେସରେ ବିଲକୁଲ ନାଁ ନଥିବା ଜଣେ ବରିଷ୍ଠ ନେତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ବାଛି ସମୟୋଚିତ ନିଷ୍ପତି ନେଇଥିବା ଚର୍ଚ୍ଚା ହୋଇଛି ।

ଗତକାଲି ହଠାତ୍ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ ବିଜୟ ରୂପାଣୀ । ଇସ୍ତଫା ଦେବା ପରେ ସଂଗଠନ କାର୍ଯ୍ୟୋ ନିଜକୁ ନିୟୋଜିତ ରଖିବେ ବୋଲି କହିଥିଲେ ସେ । ତେବେ ଗୁଜୁରାଟରେ ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଶାଇ ପଟେଲ ହେବେ ଭାରତୀୟ ଜନତା ପାର୍ଟିର ତୃତୀୟ ମୁଖ୍ୟମନ୍ତ୍ରୀ ।