Odia News Portal

ସୌମ୍ୟଙ୍କ ବିରୁଦ୍ଧରେ ସାଘାଂତିକ ଅଭିଯୋଗ ଆଣିଲେ ବିଦ୍ୟାଭାରତୀ

ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି । ଦିନକୁ ଦିନ ଘଟଣାରେ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ଏସିଏଫଓ ସୌମ୍ୟଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ ବିଦ୍ୟାଭାରତୀ ।

ବୈବାହିକ ଜୀବନଠାରୁ ଆରମ୍ଭ କରି ବ୍ୟାଚଲର ପାର୍ଟି ପର୍ଯ୍ୟନ୍ତ ବିଦ୍ୟାଭାରତୀଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ଏହାସହ ସୌମ୍ୟଙ୍କ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ ।

ବିଦ୍ୟାଭାରତୀଙ୍କ ଅଭିଯୋଗ ଅନୁସାରେ, ସୌମ୍ୟଙ୍କର ଅନ୍ୟ ଯୁବତୀଙ୍କ ସହିତ ସମ୍ପର୍କ ରହିଥିଲା । ଯାହାକୁ ନେଇ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା । ଏହି ଝଗଡାର ଏକ ଅଡିଓ ମଧ୍ୟ ସେ ଗଣମାଧ୍ୟମକୁ ଦେଇଛନ୍ତି । ତେବେ ସୌମ୍ୟଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗକୁ ସେ ଖଣ୍ଡନ କରିଥିବା ବେଳେ ଆଗକୁ ଘଟଣାରେ କ’ଣ ଟ୍ଵିଷ୍ଟ ଆସୁଛି ତାହାକୁ ଅପେକ୍ଷା ।

ସୋମବାରଠାରୁ ଗଜପତିରୁ ୬ ଜଣିଆ ପୋଲିସ ଟିମ୍ ଖଇରା ଏବଂ କପ୍ତିପଦା ଗୌଡଗାଁରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏହାସହ ତଦନ୍ତ ମଙ୍ଗଳବାର ବି ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି । ସୋମବାର ପୋଲିସ ତଦନ୍ତ କରି ଯିବାପରେ ମଙ୍ଗଳବାର ମୁହଁ ଖୋଲିଛନ୍ତି ବିଦ୍ୟାଭାରତୀ ।