Odia News Portal

ବିଦ୍ୟା ଭାରତୀଙ୍କ ଚିଠିକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ଏସିଏଫ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କ ହାତଲେଖା ଚିଠିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏଥିରେ ବିଦ୍ୟାଭାରତୀ ଲେଖିଛନ୍ତି, ସୌମ୍ୟଙ୍କ ସହ ବାହାଘର ତାଙ୍କର ସବୁଠାରୁ ଭୁଲ ନିଷ୍ପତ୍ତି ଥିଲା । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜଣକର ଜୀବନକୁ ନଷ୍ଟ କରିଦିଏ, ତାହା ତାଙ୍କ ଜୀବନରେ ଘଟିଛି । ଏଥିରେ ସେ ଆହୁରି ଲେଖିଛନ୍ତି, ତାଙ୍କୁ କ୍ଷମା କରିଦିଅ । ସେ କେବେ କାହାର କ୍ଷତି କରିନାହାନ୍ତି । କାହାକୁ କଷ୍ଟ ଦେଇନାହାନ୍ତି ।

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାକୁ ୮ ଦିନ ବିତି ଯାଇଥିଲେ ବି ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସ ହାତରେ କିଛି ସୁରାକ୍ ନାହିଁ । ସମୟ ବଢିବା ସହିତ ଏଥିରେ ନୂଆ ନୂଆ ଟ୍ୱିଷ୍ଟ ଆସୁଛି । ତେବେ ପତ୍ନୀ ବିଦ୍ୟାଭାରତୀଙ୍କ ନାମରେ ଯେଉଁସବୁ ଅଭିଯୋଗ ଆସୁଛି ତାକୁ ବିଦ୍ୟାଭାରତୀ ଖଣ୍ଡନ କରିଛନ୍ତି । ଘରୁ ମିଳିଥିବା କାଗଜ ସଂପର୍କରେ ବିଦ୍ୟାଭାରତୀ ପ୍ରତିକ୍ରିୟା ରଖିଛନ୍ତି । ସେ ଏହା କାହାକୁ ଆକ୍ଷେପ କରି ଲେଖିନାହାନ୍ତି ।

ମନ ଖରାପ ଥିବା ବେଳେ ଯାହା ମନକୁ ଆସେ ଲେଖେ ବୋଲି କହିଛନ୍ତି । ହାତରେ ଧରିଥିବା ଲାଲ ପୁଟୁଳି ନେଇ ବି ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ହାତରେ କୌଣସି ଲାଲ ପୁଟୁଳା ନୁହେଁ ଗାମୁଛା ଧରିଥିଲି । ମେଡିକାଲ ଗଲା ବେଳେ ଆବଶ୍ୟକ ପଡିବ ଭାବି ନେଇଥିଲି । ଏଥିରେ କୌଣସି ଜିନିଷ ଲୁଚାଇ ରଖିନଥିଲି ବୋଲି କହିଛନ୍ତି । ଏହାବ୍ୟତୀତ ଏଗ୍ରିମେଣ୍ଟ ସଂପର୍କରେ କିଛି ସେ ଜାଣିନାହାନ୍ତି ବୋଲି ବି କହିଛନ୍ତି । ସୌମ୍ୟଙ୍କର ସେମିତି କିଛି ସଂପତ୍ତି ନାହିଁ । ସୌମ୍ୟଙ୍କ ସଂପତ୍ତି ବାବଦରେ କେବେ ଆଲୋଚନା ମଧ୍ୟ କରିନାହିଁ । ସୌମ୍ୟଙ୍କ ମା ଆଣୁଥିବା ଅଭିଯୋଗ ଆଗରୁ କାହିଁକି କହୁନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।