Odia News Portal

ଆର୍‌ଜେଡି ବିଧାୟକଙ୍କ ଦାବି; ହୋଲିପରେ ବିହାର ମୁଖ୍ୟମନ୍ତ୍ରୀ ହେବେ ତେଜସ୍ୱୀ

ଚଳିତବର୍ଷ ହୋଲି ପରେ ଆର୍‌ଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ବୋଲି ଦିନାରାର ଆର୍‌ଜେଡି ବିଧାୟକ ବିଜୟ ମଣ୍ଡଳ ଦାବି କରିଛନ୍ତି । ସୂଚନାଯୋଗ୍ୟ ତେଜସ୍ୱୀଙ୍କ ନେତୃତ୍ୱରେ ୨୦୨୫ ବିଧାନସଭା ନିର୍ବାଚନ ଲଢ଼ାଯିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବୟାନ ଦେଇଥିଲେ । ଏହା ଉପରେ ଟିପ୍ପଣୀ ଦେଇ ବିଧାୟକ ମଣ୍ଡଳ କହିଛନ୍ତି ୨୦୨୫ ଏବେ ବହୁ ଦୂର । ହୋଲି ପରେ ହିଁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବ । ସ୍ୱୟଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିବେ । ସାସାରାମରେ ବିଜୟ ମଣ୍ଡଳ କହିଛନ୍ତି, ତେଜସ୍ୱୀ ହୋଲି ପରେ ବିହାର ମୁଖ୍ୟମନ୍ତ୍ରୀ ହେବେ ଏବଂ ନୀତୀଶ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନିଜର ଅଭିଯାନ ଆରମ୍ଭ କରିବେ । ତେଜସ୍ୱୀଙ୍କୁ ରାଜ୍ୟ ନେତୃତ୍ୱ ପ୍ରଦାନ କରି ନୀତୀଶ ଦେଶର ନେତୃତ୍ୱ ସମ୍ଭାଳିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।