Odia News Portal

ପ୍ରଥମ ପର୍ଯ୍ୟାୟ ବିହାର ମତଦାନ : ଜାଣନ୍ତୁ କେତେ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା

ପାଟନା ()  ଆଜିଠାରୁ ଆରମ୍ଭ ହୋଇଛି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରାୟ ୧୦୬୬ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଳେ ଶତାଧିକ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା । ଏଡିଆର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଶତାଧିକ ପ୍ରାର୍ଥୀଙ୍କ ନାମରେ ବିଭିନ୍ନ ଗମ୍ଭୀର ଅପରାଧିକ ମାମଲା ରହିଛି । ଆରଜେଡି ପକ୍ଷରୁ ସର୍ବାଧିକ ୫୪ ପ୍ରତିଶତ ପ୍ରାର୍ଥୀଙ୍କୁ ଟିକଟ ପ୍ରଦାନ କରାଯାଇଛି । ୨୨ ଜଣ ଆରଜେଡି ପ୍ରାର୍ଥୀଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରହିଥିବା ଜଣାପଡିଛି । ସେହିପରି ଚଳିତ ଥର ଏକାକୀ ଲଢୁଥିବା ଏଲଜେପିର ୨୦ ଜଣ ପ୍ରାର୍ଥୀ ବା ୪୯ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଅପରାଧିକ ମାମଲା ରହିଥିବା ୧୩ ଜଣ (୪୫ %), ଜେଡିୟୁ ପକ୍ଷରୁ ଅପରାଧିକ ମାମଲା ରହିଥିବା ୧୦ ଜଣ ପ୍ରାର୍ଥୀ (୨୯%) ଏବଂ କଂଗ୍ରେସ ପକ୍ଷରୁ ୯ଜଣ ପ୍ରାର୍ଥୀଙ୍କୁ (୪୩ %) ଟିକଟ ପ୍ରଦାନ କରାଯାଇଛି । ଅନ୍ୟାନ୍ୟ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରଏସଏଲପି, ଜନ ଅଧିକାର ପାର୍ଟି, ଏନସିପି, ବିଏସପି ପକ୍ଷରୁ ଯଥାକ୍ରମେ ୧୪, ୧୪, ୮ ଏବଂ ୫ ଜଣ ଅପରାଧିକ ମାମଲା ରହିଥିବା ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ ୫୦୨ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବା ଜଣାପଡିଛି ।