Odia News Portal

ବ୍ରିଜରୁ ୩୦ ଫୁଟ ତଳକୁ ଖସିଲା ବାଇକ, ଯୁବକଙ୍କ ମୃତ୍ୟୁ

ବ୍ରିଜରୁ ୩୦ ଫୁଟ ତଳକୁ ଖସିଲା ବାଇକ। ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳଭଣଞ୍ଜା ବ୍ରିଜରେ ଗୋଟିଏ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ୩୦ଫୁଟ ତଳକୁ ଖସିପଡ଼ିଛି । ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି ।  ମୃତକ ହେଲେ ଧର୍ମପୁର ଗାଁର ମିଥୁନ ଦୋରା ।ବିଳମ୍ବିତ ରାତିରେ ଦୃତ ଗତିରେ ଦିଗପହଣ୍ଡି ପଟୁ ନିଜ ଗାଁ ଅଭିମୁଖେ ଯାଉଥିବା ବେଳେ ବ୍ରିଜ୍ ଉପରୁ ୩୦ ଫୁଟ ତଳକୁ ନଦୀକୁ ଖସି ପଡ଼ିଥିଲା ବାଇକ। ସ୍ଥାନୀୟ ବାସିନ୍ଦା ଦମକଳ ବାହିନୀକୁ ଖବର ଦେବା ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।