Odia News Portal

ହାଇୱା ଧକାରେ ବାଇକ ଚାଳକଙ୍କର ମୃତ୍ୟୁ

ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଲକ୍ଷ୍ମୀନାରାୟଣ ପୁର ଛକ ନିକଟରେ ହାଇୱା ଧକାରେ ବାଇକ ଚାଳକର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରିନି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଚାପା ଉତ୍ତେଜନା ଦେଖା ଯାଇଥିଲା। ମୃତକଙ୍କ ପରିବାର ଲୋକେ ନ୍ୟାୟ ଦାବିରେ ମେଡିକାଲ ସାମ୍ନାରେ କିଛି ସମୟ ପାଇଁ ଧାରଣା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।