Odia News Portal

ନିରାଡ଼ମ୍ବର ପାଳନ ହେବ ବିଜୁ ବାବୁଙ୍କ ୧୦୬ତମ ଜନ୍ମ ଜୟନ୍ତୀ

ଆସନ୍ତା ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୬ ତମ ଜନ୍ମ ଜୟନ୍ତୀ । ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀଙ୍କୁ ନିରାଡ଼ମ୍ବର ଭାବେ ପାଳନ କରାଯିବ । ଏନେଇ ଦଳୀୟ ବିଧାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରତି ନିର୍ବାଚନ ମଣ୍ଡଳୀରେ ସାଧାରଣ ସଭା ଆୟୋଜନ କରାଯାଇ ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ପରିଚାଳିତ ବିଜେଡିର ସଫଳ ଯାତ୍ରା ସମ୍ପର୍କରେ ଆଲୋଚନା କରାଯିବ ।

ସେହିପରି ମାର୍ଚ୍ଚ ୮ରେ ପ୍ରତି ନିର୍ବାଚନ ମଣ୍ଡଳୀରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିବ ଦଳ । ମହିଳା ସଶକ୍ତିକରଣ ପାଇଁ ବିଜୁ ଜନତା ଦଳର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ । ବିଜୁ ବାବୁ ହେଉଛନ୍ତି ଓଡ଼ିଶା ସଫଳ ବିକାଶ ଯାତ୍ରାର ମହାନାୟକ । ତାଙ୍କରି ଆଦର୍ଶକୁ ଆଧାର କରି ବିଜେଡି ରାଜ୍ୟର ବିକାଶ ଯାତ୍ରା ଜାରି ରଖିଛି । ପ୍ରଶାସନକୁ ସ୍ୱଚ୍ଛ କରିବାକୁ ୫-ଟି ଓ ମୋ ସରକାର ଭଳି ବିକାଶମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଏଣୁ ବିଜୁ ବାବୁଙ୍କ ଜନ୍ମ ଦିବସରେ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି