Odia News Portal

କୋଇଲା ଦୁର୍ନିତି ସହିତ ଧର୍ମେନ୍ଦ୍ରଙ୍କ କି ପ୍ରକାର ସଂପର୍କ ? : ବିଜେଡି

ଧର୍ମେନ୍ଦ୍ରଙ୍କର ବକ୍ତବ୍ୟ ସଇତାନର ବେଦପାଠ ଭଳି, ସେ ନିଜେ କଣ ଆଉ ସେ ବକ୍ତବ୍ୟ ଦେଉଛନ୍ତି କଣ । କିଛି ଏଭଳି ଢଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ଭାଷାରେ କଟାକ୍ଷ କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିବା ସହ ମୁଖ୍ୟ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଘେରିଛି ବିଜେଡି ।

କୋଇଲା ଦୁର୍ନିତି ସହିତ ଧର୍ମେନ୍ଦ୍ରଙ୍କ କି ପ୍ରକାର ସଂପର୍କ ରହିଛି ତାହା ମଧ୍ୟ ସେ ସ୍ପଷ୍ଟ କରନ୍ତୁ । ଯିଏ କୋଇଲା ମନ୍ତ୍ରାଳୟର ସଚିବ ଥିଲେ, ସେ ୨୦୧୪ରେ ଏକ ବହି ଲେଖିଥିଲେ । ଯାହାକି ତାଙ୍କର ନିଜ ଜୀବନୀ ଉପରେ ଆଧାରିତ । ସେଥିରେ ସେ ଉଲ୍ଲେଖ କରିଥିଲେ କି, ଧର୍ମେନ୍ଦ୍ର ପ୍ରଧାନ କିଭଳି ଭାବରେ ୨୦୦୫ରେ ତାଙ୍କୁ ଆପ୍ରୋଚ କଲେ ଏବଂ ଧମକକାଳୀନ ଭାବରେ ତାଙ୍କୁ କହିଥିଲେ କି ମହାନଦୀର କୋଲ ଫିଲ୍ଡର ଯେଉଁ କୋଇଲା ଆବଂଟନ ରହିଛି ତାକୁ ସେ କିଛି ବ୍ୟକ୍ତିଗତ ଲୋକଙ୍କୁ ସରକାରୀ ରେଟରେ ଦିଅନ୍ତୁ । ତେବେଧର୍ମେନ୍ଦ୍ରଙ୍କୁ ବିଜେଡିର ପ୍ରଶ୍ନ କି, ଘରୋଇ କଂପାନୀ ଯେଉଁମାନେକି ଶସ୍ତାରେ ମହାନଦୀ କୋଲ ଫିଲ୍ଡ କୋଇଲା ନେବାକୁ ଚାହୁଁଥିଲେ ତାହା ବେଆଇନ । ସେମାନଙ୍କୁ ସେ କାହିଁକି ସୁବିଧା ଯୋଗାଇଦେବାକୁ ଚାହୁଁଥିଲେ ଏବଂ କଂପାନୀମାନଙ୍କ ପାଖରୁ ତାଙ୍କର କି ପ୍ରାପ୍ୟ ପାଇବାକୁ ଥିଲା, ଯେଉଁଥିପାଇଁ ସେ ଏପ୍ରକାର କାର୍ୟ୍ୟ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ।