Odia News Portal

୬ଜଣ ବରିଷ୍ଟ ପର୍ଯ୍ୟବେକ୍ଷକଙ୍କ ଜିଲ୍ଲା ଦାୟିତ୍ୱ ଦେଲେ ବିଜେଡ଼ି ସୁପ୍ରିମୋ

ଭୁବନେଶ୍ୱର: ଆସୁଛି ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ୩୦ଟି ଯାକ ଜିଲ୍ଲା ଲାଗି ପ୍ରଭାରୀ ନିଯୁକ୍ତି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ୬ଜଣ ବରିଷ୍ଟ ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ନବୀନ । ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, କୋରାପୁଟ ଜିଲ୍ଲା ପାଇଁ ବିକ୍ରମ କେଶରୀ ଆରୁଖ ଦାୟିତ୍ୱରେ ଅଛନ୍ତି । ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା ,ପୁରୀ ବୌଦ୍ଧ ଜିଲ୍ଲା ପାଇଁ ଦେବୀ ପ୍ରସାଦ ମିଶ୍ର । ସେହିପରି ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ବରଗଡ ଜିଲ୍ଲା ପାଇଁ ନିରଞ୍ଜନ ପୂଜାରୀ ଦାୟିତ୍ୱରେ ଅଛନ୍ତି । ସୁନ୍ଦରଗଡ, ଝାରସୁଗୁଡ଼ା ସମ୍ବଲପୁର, ସୁବର୍ଣ୍ଣପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ ଜିଲ୍ଲା ଦାୟିତ୍ୱରେ ଅଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ । ସେହିପରି କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଭଦ୍ରକ, ବାଲେଶ୍ୱର ଜିଲ୍ଲା ଦାୟିତ୍ୱରେ ଅଛନ୍ତି ପ୍ରସନ୍ନ ଆଚାର‌୍ୟ୍ୟ । ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଆୟିତ୍ୱରେ ଅଛନ୍ତି ମହେଶ୍ୱର ମହାନ୍ତି ।