ଅଶାନ୍ତ ବିଜେବି କଲେଜ । ଫେରୱେଲ୍ ପାର୍ଟିରୁ ପିଟାପିଟି । କ୍ୟାମ୍ପସରେ ଚାଲିଲା ଇଟା ପଥର ମାଡ଼ । ଡିଜେ ବଜାଇବାକୁ ନେଇ କ୍ୟାମ୍ପସରେ ଉତ୍ତେଜନା । ଦୁଇ ହଷ୍ଟେଲ ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ । ପଥର ମାଡ ଯୋଗୁ ୨୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ପହଂଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଅଶୋକା ହଷ୍ଟେଲରେ ଫେରୱେଲ ପାର୍ଟି ଚାଲିଥିଲା । ସମୟସୀମା ପରେ ରାତିରେ ଡିଜେ ବଜାଇ ନାଚୁଥିଲେ ହଷ୍ଟେଲ ପିଲା । ଏନେଇ ଆମ୍ବେଦକର ହଷ୍ଟେଲର କିଛି ପିଲା ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଂଚି ଡିଜେ ବନ୍ଦ କରିଥିଲା । ଏହାପରେ ଦୁଇ ହଷ୍ଟେଲ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ଭୁବନେଶ୍ବର ରିପୋର୍ଟର ସୁମନ କୁମାର ରଣା ।ଫେର ୱେଲ ପାର୍ଟି ପାଲଟିଲା ରଣ କ୍ଷେତ୍ର । ଉଡିଲା ମଦ ବୋତଲ, ପଥର । ରାତି ତମାମ ଚାଲିଲା ଝଗଡ଼ା । ବିଜେବି କଲେଜରେ ଗତକାଲି ରାତିରେ ଅଶୋକା ହଷ୍ଟେଲ ତତଫରୁ ଏକ ଫେର ୱେଲ ପାର୍ଟି ହେଉଥିଲା । ସମୟ ସୀମା ପରେ ରାତିରେ DJ ବଜାଇ ନାଚି ନାଚି ଧୂଳି ଉଡେଉ ଥିଲେ ଅଶୋକା ହଷ୍ଟେଲ। ଏହି ସମୟରେ BR Ambedkar ହଷ୍ଟେଲର କିଛି ଜଣ ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ଆସି DJ ବନ୍ଦ କରିଥିଲା ।ଏହା ପରେ ଦୁଇ ହଷ୍ଟେଲ ମଧ୍ୟରେ ଆରମ୍ଭ ହେଲା ବିୟର ବୋତଲ ପଥର,। ରାତି ୧୧.୩୦ ରୁ ଆରମ୍ଭ ହୋଇ ୨.୩୦ ପର୍ଯ୍ୟନ୍ତ ଚାଲିଲା ଝଗଡ଼ା । ୨୫ରୁ ଅଧିକ ଛାତ୍ର ଆହତ ହୋଇ କ୍ୟାପିଟାଲହସପିଟାଲରେ ଭର୍ତ୍ତି ହୋଇଥିଲେ । ପୋଲିସ୍ ଫୋର୍ସ ପହଞ୍ଚିଲା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ସକାଳ ସୁଦ୍ଧା ମଧ୍ୟ ଏକ ଟିମ୍ ହଷ୍ଟେଲ ପରିସରରେ ଉପସ୍ଥିତି ଅଛନ୍ତି । ବିଜେବି କଲେଜ ହଷ୍ଟେଲ ପରିସରରେ ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ଭୁବନେଶ୍ଵର ପ୍ରତିନିଧି ସୁମନ କୁମାର ରଣା ।
