Odia News Portal

ରାଜ୍ୟ ସରକାରଙ୍କୁ ଟାର୍ଗେଟ

କଟକ : ମାହାଙ୍ଗା ବିଜେପି ନେତାଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ । ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ପୁରନ୍ଦେଶ୍ୱରୀ । ଏତଲାରେ ମନ୍ତ୍ରୀଙ୍କ ନାଁ ଥିବା ବେଳେ ପୁଲିସ କାହିଁକି ତାଙ୍କୁ ଗିରଫ କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ମୃତକ କୁଳମଣୀ ଓ ଦିବ୍ୟସିଂହଙ୍କ ପରିବାର ସହ ବିଜେପି ରହିଥିବା ସେ କହିଛନ୍ତି । ନୟାଗଡ ପରୀ ମାମଲାରେ ଦଳ ଯେଭଳି ରାଜରାସ୍ତାକୁ ଓହ୍ଲାଇଥିଲା, ଏହି ମାମଲାରେ ବି ସମାନ ଢ଼ଙ୍ଗରେ ଦଳ ଆନ୍ଦୋଳନ କରିବ ବୋଲି କହିଛନ୍ତି ପୁରନ୍ଦେଶ୍ୱରୀ । ଏହାସହ ଆସନ୍ତାକାଲି ଡିଜି ଅଫିସ ଘେରାଉ କରିବା ନେଇ ବିଜେପି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।