Odia News Portal

ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର: ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ମହାଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ବିଜେପି । ଆଜି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏକ ପ୍ରେସମିଟ୍ ଜରିଆରେ ଏଭଳି କହିଛନ୍ତି । ସେ କହିଛନ୍ତି କି, କେନ୍ଦ୍ରୀୟ ଟିମ୍ ରିପୋର୍ଟ ଅନୁଯାୟୀ ବ୍ୟାପକ ଅନିୟମିତତା ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଅଯୋଗ୍ୟ ହତିଧିକାରୀଙ୍କ ବାପା ନାଁରେ ଘର ମିଳିଛି । ଏହାସହ ୯୮,୫୬୨ ହିତାଧିକାରୀଙ୍କୁ ମାନୁଆଲ ପାଣ୍ଠି ହସ୍ତାନ୍ତର କରାଯାଇଛି । ପ୍ରତି ଘର ପାଇଁ ୨୦ ହଜାର ହିସାବରେ ପ୍ରାୟ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି । ଆବାସ ଦୁର୍ନୀତି ପ୍ରତିବାଦରେ ଆସନ୍ତା ୭, ୮, ୯ ତାରିଖରେ ପ୍ରତିବାଦ କରିବ ଦଳ ।

ସେପଟେ ଆବଣ୍ଟିତ ଘରେ ବିଜୁ ପକ୍କାଘରର ଫଳକ ବଡ଼ ଆକାରରେ ଲଗାଯାଇଛି । ଅଧିକାଂଶ ଘର ନିର୍ମାଣ ନିମ୍ନମାନର ହୋଇଥିବା ବେଳେ ଝରକା ଓ ଶୌଚାଳୟ ଆଦି ନାହିଁ । ରାଜ୍ୟର ୯ଟି ଜିଲ୍ଲାକୁ ଆଦୌ ଘର ଦିଆଯାଇନାହିଁ । ଝାରସୁଗୁଡ଼ା ଭଳି ଜିଲ୍ଲାକୁ ମାତ୍ର ୪ଟି ଘର ଦିଆଯାଇଛି । ତେବେ ଏହି ସବୁ ପ୍ରତିବାଦରେ ଦଳ ଆଗାମୀଦିନରେ ପ୍ରତିବାଦ କରିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।