Odia News Portal

୧୯୨୯ ହେଲ୍ପଲାଇନ ନମ୍ବର ସେବାର ଲାଭ ଉଠାନ୍ତୁ

* ସ୍ଲମ ଏରିଅ।ରେ କ୍ରିମାଟୋରିୟମକୁ ଯଥାଶୀଘ୍ର ଆରମ୍ଭ କରାଯିବ |

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରେ କରୋନା ତାର କାୟା ମେଲାଇ ସାରିଛି । ସଂକ୍ରମଣ ବୃଦ୍ଧି ପାଇବା ସହ ଲୋକଙ୍କ ମନରେ ଭୟ ଖେଳାଇ ସାରିଲାଣି । ସଂଖ୍ୟା ବୃଦ୍ଧି ପାଉଥିବାରୁ ବେଡ୍ର ଆବଶ୍ୟକତା ପଡ଼ିଲାଣି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରବାସୀଙ୍କ ପାଇଁ ବିଏମ୍ସି ହେଲ୍ପ ନମ୍ବର ଜାରି କରିଛି । ମେଡିକାଲରେ ଭର୍ତ୍ତି ହେବା ପାଇଁ ୧୯୨୯ରେ କଲ୍ କରି ଏହାର ସେବା ଉଠାଇ ପାରିବେ ।

କରୋନା ସଂକ୍ରମଣ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ହସ୍ପିଟାଲମାନଙ୍କରେ କୋଭିଡ ବେଡର ବ୍ୟବସ୍ଥା କରାଯାଇଥିଲା । ଏହି ବେଡ ସଂଖ୍ୟା ପର୍ଯ୍ୟାୟକ୍ରମେ ବୃଦ୍ଧି କରାଯାଉଛି ବୋଲି ବିଏମସି କମିସନରର ପକ୍ଷରୁ ସୂଚନା ଦିଅ ।ଯାଇଛି । ଏଥିସହିତ କୁହାଯାଇଛି କି, ହସ୍ପିଟାଲରେ କେଣସି ପ୍ରକାର ବେଡର ଅସୁବିଧା ନାହିଁ । ହସ୍ପିଟାଲଗୁଡ଼ିକରେ ଯଥେଷ୍ଟ ପରିମାଣରେ ବିଭିନ୍ନ ବିଭାଗ ଅନୁଯାୟୀ ବେଡ ମହଜୁଦ ରହିଛି । ତେବେ ବେଡରେ ଭର୍ତି ହେବା ପାଇଁ ୧୯୨୯ ହେଲପଲାଇନ ନମ୍ବର କାର୍ଯ୍ୟକାରୀ ହେଉଛି । ଅ ।ରଅ ।ରଟି ମାଧ୍ୟମରେ ବି ଅନେକ ଲୋକଙ୍କୁ ଚିକିତ୍ସା ପାଇଁ ଭର୍ତି କରାଯାଇଛି । କିଛିଦିନ ତଳେ ୧୯୨୯ ହେଲପଲାଇନ ନମ୍ବରରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଏହା କିଛି ସମୟ ପାଇଁ କାମ ଦେଇ ନଥିଲା । ତେବେ ଏସବୁ ତ୍ରୁଟିର ସମାଧାନ ହୋଇଯାଇଛି । ଏଣିକି ଭୁବନେଶ୍ୱର ବାସିନ୍ଦା ୧୯୨୯ ହେଲପଲାଇନ ନମ୍ବର ସେବାର ଲାଭ ଉଠାଇ ପାରିବେ ।

ସ୍ୱର୍ଗ ଦ୍ୱାରକୁ ବାହାର ଜିଲ୍ଲା ଲୋକ ଯାଇପାରିବେ ନାହିଁ ବୋଲି ଘୋଷଣା ହେବା ପରେ ଲୋକେ ଭୁବନେଶ୍ୱର ଉପରେ ନିର୍ଭର କରିବେ । ଏଥିପାଇଁ ପ୍ରସ୍ତୁତି କିଛି ହୋଇଛି କି ନାହିଁ ବୋଲି ପ୍ରଶ୍ନ ଉଠିଥିଲା । ତେବେ ଏସବୁ ଦିଗ ପ୍ରତି ଯଥେଷ୍ଟ ଦୃଷ୍ଟି ଦିଅ।ଯାଇଛି । ଏଥି ସହିତ ସ୍ଲମ ଏରିଅ।ରେ କ୍ରିମାଟୋରିୟମକୁ ଯଥାଶୀଘ୍ର ଅ।ରମ୍ଭ କରାଯିବ ବୋଲି ବିଏମସି ପକ୍ଷରୁ ପ୍ରକାଶ ।