Odia News Portal

ଡିଜିଲକର ସହ ଯୋଡି ହେଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ-ବିଏମସି କେନ୍ଦ୍ର ସରକାରଙ୍କ ଇ-ଗଭର୍ଣ୍ଣାନସ ବ୍ୟବସ୍ଥା –ଡିଜି ଲକର ସହ ଯୋଡି ହୋଇଛି । ଏଣିକି ଭୁବନେଶ୍ୱର ବାସିନ୍ଦାଙ୍କୁ ଅନଲାଇନରେ ବିବାହ ପ୍ରମାଣ ପତ୍ର ପାଇବା ପାଇଁ ଆଉ କାଗଜପତ୍ର ଦାଖଲ କରିବାକୁ ପଡିବ ନାହିଁ । ଡିଜି ଲକର ବ୍ୟବସ୍ଥା ଦ୍ୱାରା କାଗଜପତ୍ର ଆପେ ଆପେ ଯାଂଚ ହେବ । ଯାଂଚ ପରେ ଆବେଦନକାରୀଙ୍କୁ ପ୍ରମାଣପତ୍ର ମିଳିଯିବ । ଏହି ବ୍ୟବସ୍ଥା ଫଳରେ ପ୍ରମାଣପତ୍ର ଆଗ ଅପେକ୍ଷା ଆହୁରି ଶୀଘ୍ର ମିଳିବ ବୋଲି ବିଏମସି କହିଛି । ତେବେ ଏହି ବ୍ୟବସ୍ଥାରେ କୌଣସି ଦ୍ୱନ୍ଦ୍ୱ ହେବ ନାହିଁ ବୋଲି ସ୍ପଷ୍ଟ କରିଛି ବିଏମସି । ଲୋକଙ୍କ ସୁବିଧା ପାଇଁ ଏଭଳି ବ୍ୟବସ୍ଥା କରିବାକୁ ଗତ ଅଗଷ୍ଟ ମାସରେ ବିଏମସି କମିଶନର ସଂଜୟ ସିଂହ କେନ୍ଦ୍ର ସରକାରଙ୍କୁ ଚିିଠି ଲେଖିଥିଲେ । ସରକାରଙ୍କର ସ୍ୱୀକୃତି ମିଳିବା ପରେ ବିଏମସି ଡିଜିଲକର ସହ ଯୋଡି ହୋଇଛି ।