Odia News Portal

ରାଜଧାନୀରେ ବୋମାମାଡ

ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ବୋମାମାଡ । ଜାଗାବାଡ଼ିକୁ କେନ୍ଦ୍ର କରି ରାଜଧାନୀ ଉପକଣ୍ଠରେ ଫୁଟିଲା ବୋମା । ବାଲିଅନ୍ତା ଥାନା ସରକଣାରେ ହୋଇଥିବା ଏହି ବୋମାମାଡରେ ଉଡ଼ିଗଲା ଘରର ଟିଣ । ସୂଚନା ଅନୁସାରେ ଜାଗା ବିକ୍ରି ବାବଦ କମିଶନ ଟଙ୍କାକୁ ନେଇ ଘଟିଛି ଏହି ଘଟଣା । ବୋମା ଫିଙ୍ଗି ଗଣ୍ଡଗୋଳ କରିଛନ୍ତି କିଛି ଦୁର୍ବୁତ୍ତ । ସେପଟେ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ବାଲିଅନ୍ତା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।