Odia News Portal

ରାଜଧାନୀରେ ହୋଟେଲରେ ବୋମାମାଡ

ରାତି ଅଧରେ ରାଜଧାନୀରେ ଫୁଟିଲା ବୋମା । ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବୋମାମାଡରେ ୩ ଜଣ ଆହତ ହୋଇଛନ୍ତି । ଏକ ହୋଟେଲରେ କର୍ମଚାରୀଙ୍କୁ ବୋମା ମାଡ଼ ହୋଇଥିଲା । ଖାଇବାକୁ ନେଇ ଝଗଡ଼ା ହେବାରୁ ବୋମାମାଡ ହୋଇଛି । ବୋମାମାଡ କରିଥିବା ୨ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ଥିବା ଏକ ଜଗନ୍ନାଥ ହୋଟେଲକୁ ଗତ ରାତିରେ ଜଣେ ମାଲିକ ଓ ଜଣେ ସ୍ଥାନୀୟ ଅଞ୍ଚଳର ଯୁବକ ଖାଇବାକୁ ଯାଇଥିଲେ। ଖାଇବା ଦରକୁ ନେଇ ସେମାନଙ୍କର ହୋଟେଲ କର୍ମଚାରୀଙ୍କ ସହ ବଚସା ହୋଇଥିବା ଅଭିଯୋଗ ହୋଇଛି। ବଚସା ପରେ ଅଭିଯୁକ୍ତମାନେ ସେଠାରୁ ପଳାଇ ଯାଇଥିଲେ ମଧ୍ୟ କିଛି ସମୟ ପରେ ଆସି ହୋଟେଲ କର୍ମଚାରୀଙ୍କ ଉପରକୁ ବୋମାମାଡ କରିଥିଲେ । ବୋମାମାଡରେ ତିନି ଜଣ କର୍ମଚାରୀ ଆହତ ହୋଇଛନ୍ତି।