Odia News Portal

ଅକ୍ସଫୋର୍ଡ଼ ଭ୍ୟାକସିନକୁ ବ୍ରିଟେନର ଅନୁମତି

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଛି ବ୍ରିଟେନ ଷ୍ଟ୍ରେନ । ଲଣ୍ଡନ ଓ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଚିହ୍ନଟ ହୋଇଥିବା କରୋନାର ନୂଆ ରୂପ କେବଳ ଇଂଲଣ୍ଡ ନୁହେଁ ପୂରା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି । ତେବେ ଚିନ୍ତା ମଧ୍ୟରେ ଟୀକା ଆଣିଦେଇଛି ଖୁସି ଖବର | ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ ଟୀକାକୁ ବ୍ୟବହାର ପାଇଁ ଅନୁମତି ଦେଇଛି ବ୍ରିଟେନ । କରୋନାର ନୂଆ ଷ୍ଟ୍ରେନର ଭୟ ମଧ୍ୟରେ ଆଷ୍ଟ୍ରଜେନିକା ଟିକାକୁ ମଞ୍ଜୁରୀ ମିଳିଛି । ପୂର୍ବରୁ ଫାଇଜର ଟିକାର ବ୍ୟବହାର ନେଇ ବ୍ରିଟେନ ଅନୁମତି ଦେଇସାରିଛି । ଟିକାର ଗୁଣବତ୍ତା ଓ ନିରାପତ୍ତା ସମ୍ପର୍କରେ କମ୍ପାନୀ ଅଧିକ ତଥ୍ୟ ଦେବା ପରେ ବ୍ରିଟେନ ଏହି ଟିକାକୁ ଅନୁମତି ଦେଇଛି ।

ବ୍ରିଟେନ୍‌ ସରକାର ଅକ୍ସଫୋର୍ଡର କରୋନା ଭାକ୍‌ସିନ୍‌କୁ ମଞ୍ଜୁରୀ ଦେଇଛନ୍ତି । ଏହି ଭାକସିନ୍‌କୁ ସରକାରଙ୍କ ପକ୍ଷରୁ ଗ୍ରୀନ୍‌ ସିଗନାଲ୍‌ ଦିଆଯାଇଛି । ବ୍ରିଟେନ୍‌ରେ ଏବେ ଅକ୍ସଫୋର୍ଡ-ଆଷ୍ଟ୍ରୋଜୋନିକାର କରୋନା ଭାକ୍‌ସିନ୍‌କୁ ଦେଶରେ ସାଧାରଣ ଲୋକଙ୍କୁ ଟୀକାକରଣରେ ବ୍ୟବହାର କରାଯିବ । ଖୁବ୍‌ଶୀଘ୍ର ଏହା ଟାକୀକୁ ଦେଶରେ ସାଧାରଣଲୋକଙ୍କୁ ଦିଆଯିବ ।ତେବେ ନୂଆ ଷ୍ଟ୍ରେନ୍ କୁ ନେଇ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଛନ୍ତି, କ୍ଷିପ୍ର ବେଗରେ ସଂକ୍ରମଣ ବଢ଼ାଉଥିବା ଏହି ନୂଆ ଷ୍ଟ୍ରେନ୍ ପାଖାପାଖି ୭୦ ପ୍ରତିଶତ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି । ଜଣେ ଆକ୍ରାନ୍ତଙ୍କ ଠାରୁ ଏହି ସଂକ୍ରମଣ ୦.୪ ପ୍ରତିଶତ ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି ।