ନୟାଗଡ଼ ଫତେପୁରରୁ କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ଧଳାଜହର ଜବତ ହୋଇଛି । କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇ କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ଧଳାଜହର ଜବତ ହୋଇଥିବା ସୂଚନା ମିଳିଛି । ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏସଟିଏଫ୍ ଟିମ ପକ୍ଷରୁ ଜୋରଦାର ତଦନ୍ତ କରାଯାଉଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଅନେକ ସମୟରେ ବିପୁଳ ପରିମାଣର ଧଳାଜହର ଜବତ ହେଉଛି । ହେଲେ ଏହା କେଉଁଠାରୁ ଆସୁଛି ? ଏବଂ ଏହାକୁ କିପରି ରୋକାଯାଇପାରିବ ସେନେଇ କୌଣସି ପଦକ୍ଷେପ ନିଆଯାଇପାରୁନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉନାହିଁ ।
