Odia News Portal

କଟକରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କଲା ପୋଲିସ

କଟକ ଲାଲବାଗ ଥାନା ଅଞ୍ଚଳରୁ ପୁଣି ୧୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ । ୧୦୬ ଗ୍ରାମ୍ର ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ଅଭିମନ୍ୟୁ ପଣ୍ଡା ଓ ଜ୍ୟାକି । ଅଭିଯୁକ୍ତମାନଙ୍କ ଠାରୁ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି।
ସୂଚନା ଅନୁଯାୟୀ, କଟକ ଲାଲବାଗ ଥାନା ଅଞ୍ଚଳରେ କୌଶସି ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଅଭିଯୁକ୍ତମାନଙ୍କ ଠାରୁ ବ୍ରାଉନସୁଗାର ଜବତ ହୋଇଥିଲା । ଏହାସହ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା । ପୂର୍ବରୁ ମଧ୍ୟ ଏହି ଅଂଚଳରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଥିଲା।