Odia News Portal

ପୁଣି ଜଳେଶ୍ୱରରୁ ବ୍ରାଉନସୁଗାର ଜବତ କଲା ପୋଲିସ

ପୁଣି ଜଳେଶ୍ବରରୁ ୩୫୦ ଗ୍ରାମର ବ୍ରାଉନସୁଗାର ଜବତ। ଦିନକୁ ଦିନ ଜଳେଶ୍ଵର ଅଞ୍ଚଳରେ ଧଳା ଜହର ବେପାରୀଙ୍କ ପ୍ରାଦୁର୍ଭାବ ବଢି ଚାଲିଥିବା ବେଳେ ଏହାକୁ ରୋକ ଦେବା ପାଇଁ ବିଭିନ୍ନ ସମୟରେ ଏସ ଟି ଏଫ , ଅବକାରୀ ବିଭାଗ ଏବଂ ଜଳେଶ୍ବର ପୋଲିସ ଚଢାଉ କରି ବ୍ରାଉନସୁଗାର ଜବତ କରୁଛି। ତଥାପି ଏହା ଉପରେ ରୋକ୍ ଲାଗିପାରୁନି।
ଆଜି ଜଳେଶ୍ବର ପୋଲିସ ସହରରେ ବିଭିନ୍ନ ସ୍ଥାନରେରେ ଚଢ଼ାଉ କରି ୩୫୦ଗ୍ରାମ ବ୍ରାଉନ ସୁଗର ଜବତ କରିଥିବା ଜଣାପଡିଛି। ଯାହାର ଆନୁମାନିକ ମୂଲ୍ୟ ୩୫ଲକ୍ଷ ଟଙ୍କା ହେବ। ଏହାସହିତ ଜଣେ ମହିଳାଙ୍କ ସମେତ, ୩ଜଣଙ୍କୁ ଅଟକ ରଖାଯାଇଛି।
ତେବେ ଗତ ୬ ମାସ ଭିତରେ ଆନୁମାନିକ ୪କେଜି ରୁ ଉର୍ଦ୍ଧ୍ବ ଧଳା ଜହର ଜବତ କରିଛି ଜଳେଶ୍ବର ପୋଲିସ୍ । ବାରମ୍ବାର ଚଢାଉ ପରେ ବି ରୋକ ଲାଗି ପାରୁନି ଜଳେଶ୍ବରରେ ଧଳା ଜହରର କାଳା ସାମ୍ରାଜ୍ୟ।