Odia News Portal

ସାଲିଆ ସାହିରୁ ପୁଣି ଜବତ ହେଲା ଧଳାଜହର

ସାଲିଆ ସାହି ବସ୍ତିରୁ ବ୍ରାଉନ ସୁଗାର ଜବତ ହୋଇଛି । । ୨୦୦ ଗ୍ରାମ ଧଳା ଜହର ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । ଏକ୍ସସାଇଜ ଷ୍ଟେଟ ଫ୍ଲାଇଙ୍ଗ ସ୍କ୍ୱାଡର ୨୦ ଜଣିଆ ଟିମ୍ ସାଲିଆ ସାହି ବସ୍ତିରେ ଚଢ଼ାଉ କରିଥିଲେ ।ରାଜୀବ ପଣ୍ଡା ବେପାରୀ ସହ ଧଳା ଜହର ବେପାର କରୁଥିବା ବେଳେ ଚଢ଼ାଉ କରିଥିଲା ଅବକାରୀ ବିଭାଗ । ଘଟଣାରେ ବେପାରୀ ଫେରାର ହୋଇଯାଇଥିବା ବେଳେ ରାଜୀବଙ୍କୁ ଧରିଛି ଫ୍ଲାଇଙ୍ଗ ସ୍କ୍ୱାଡ।