Odia News Portal

ଆଜିଠୁ ବିଧାନସଭାରେ ବଜେଟ୍‌ ଅଧିବେଶନ

ଭୁବନେଶ୍ୱର: ବିଧାନସଭାରେ ଆଜିଠୁ ଆରମ୍ଭ ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ । ଚଳିତ ବର୍ଷ ପେପରଲେସ ହେବ ଗୃହକାର୍ଯ୍ୟ । ବଜେଟ୍‌ ଅଧିବେଶନରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ । ଏଥିସହ ମୁଲତବୀ ଆଲୋଚନା ବି ହେବ । ଦୈନିକ ୫ଘଣ୍ଟା ଚାଲିବ ଗୃହ ।

ସକାଳ ୧୦ଟା ୩୦ରୁ ୧୧ଟା ୩୦ ଯାଏଁ ପ୍ରଶ୍ନକାଳ ଚାଲିବ । ୧୧ଟା ୩୦ରୁ ଶୂନ୍ୟକାଳ ଓ ପରେ ମୁଲତବୀ ପ୍ରସ୍ତାବ ଆଲୋଚନା ହେବ । ଦେଢ଼ଘଣ୍ଟା ଧରି ଆଲୋଚନା ହେବ ମୁଲତବୀ ପ୍ରସ୍ତାବ । ସେଥିରୁ ୫୫ମିନଟ ବିରୋଧୀ ଦଳଙ୍କ ପାଇଁ ରହିଛି । ଦୈନିକ ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ । ସକାଳ ୧୦ଟା ୩୦ରୁ ଦିନ ସାଢ଼େ ଗୋଟାଏ ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ ଗୃହ । ସ୍ବତନ୍ତ୍ର କାର୍ଯ୍ୟଦିବସରେ ରାତି ୭ଟା ପର୍ଯ୍ୟନ୍ତ ଗୃହ ଚାଲିବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସବର୍ଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Odisha Legislative Assembly

ଫେବ୍ରୁଆରୀ ୨୨ ତାରିଖରେ ବଜେଟ୍ ଆଗତ ହେବ । ଏହା ଉପରେ ୩ ଦିନ ଆଲୋଚନା ହେବ । ଏହି ଅବସରରେ ଓଡିଶାକୁ କେନ୍ଦ୍ରୀୟ ଅବହେଳା ନେଇ ଆଲୋଚନା କରାଯିବ । କେନ୍ଦ୍ରୀୟ ଯୋଜନା ଓ ଜିଏସଟି କ୍ଷତି ଯୋଗୁଁ ଓଡିଶା ପ୍ରତିବର୍ଷ ୧୨ ହଜାର କୋଟି ହରାଇବ । ଏହା ସହିତ ରେଳବାଇରେ ଓଡିଶାକୁ ଅଶାନୁରୂପ ଅନୁଦାନ ମିଳିନି । ଏହି ପ୍ରସଙ୍ଗ ବି ରଖିବ ଶାସକ ଦଳ । ସେପଟେ ଚାଷୀ ସମସ୍ୟା, ସୀମା ବିବାଦ, ଜଳ ବିବାଦ, ତୈଳଦର ବୃଦ୍ଧି ଭଳି ପ୍ରସଙ୍ଗରେ କଂଗ୍ରେସ, ସରକାରଙ୍କୁ ଘେରିବାକୁ ଯୋଜନା ରଖିଛି । ଅନ୍ୟପଟେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ।