Odia News Portal

ପ୍ରଧାନମନ୍ତ୍ରୀଙ୍କ ସଭାରୁ ଫେରୁଥିବା ବେଳେ ଦୁର୍ଘଟଣା ୧୯ ଆହତ

ପ୍ରଧାନମନ୍ତ୍ରୀଙ୍କ ସଭା ଦେଖି ଫେରୁଥିବା ବେଳେ ସିରିଜ ଦୁର୍ଘଟଣା ଘଟି ବହୁଲୋକ ଆହତ ହୋଇଛନ୍ତି । ଖୋର୍ଦ୍ଧା ନିକଟସ୍ଥ ଗୋଡିପଡା ନିକଟରେ ପ୍ରଧାନମନ୍ତ୍ରୀଙ୍କ ସଭାରୁ ଲୋକଙ୍କୁ ନେଇ ଯାଉଥିବା ବସ୍ ଓଲଟିପଡିବା ଫଳରେ ୧୫ ଜଣ ଲୋକ ଆହତ ହୋଇଛନ୍ତି । ସେହିପରି ମଳିପଡା ନିକଟରେ ଅନ୍ୟଏକ ଦୁର୍ଘଟଣାରେ ୪ଜଣ ଲୋକ ଆହତ ହୋଇଥିବା ଖବର ମିଳିଛି । ଆହତ ଲୋକ ମାନେ ସମସ୍ତେ ବିଜେପି ସମର୍ଥକ ବୋଲି ଜଣାପଡିଛି । ଦୁଇଟିଯାକ ସ୍ଥାନରେ ବସ୍କୁ ଟ୍ରକ ପଚପଟୁ ପିଟିବା ଫଳରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି ।