Odia News Portal

ଘାଟି ତଳକୁ ବସ ଖସି ୨୫ ମୃତ, ୩୫ ଆହତ

ଚଣ୍ଡିଗଡ଼()  ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଘାଟି ତଳକୁ ଏକ ବସ୍ ଖସି ପଡ଼ିବାରୁ ୨୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବସଟି କୁଲୁରୁ ଗାଡାଗୁଶେଣୀକୁ ଯାଉଥିବା ବେଳେ ବଞ୍ଜାର ନିକଟରେ ପ୍ରାୟ ୫୦୦ ଫୁଟ୍ ଘାଇ ତଳକୁ ଖସିପଡିଥିଲା । ବସ୍ରେ ୬୦ରୁ ଅଧିକ ଯାତ୍ରୀ ଥିଲେ। ଅନେକ ଲୋକ ବସ୍ ଉପରେ ବସିଥିଲେ ବୋଲି ଜଣାପଡ଼ିଛି। ବସ୍ଟି ଏକ ଝରଣାରେ ପଡ଼ିଥିବା ବେଳେ ଏହାର ଛାତ ସଂପୂର୍ଣ୍ଣ ଉଡ଼ିଯାଇଛି। ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଉଛି ।