Odia News Portal

ପୋଲରେ ଝୁଲିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୋଲରେ ଝୁଲିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସମ୍ବଲପୁର ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରା ଠାରେ ବସ୍ ଦୁର୍ଘଟଣା । ସକାଳ ୮ଟା ୩୦ ମିନିଟରେ ଏକ ଘରୋଇ ବସ୍ ଦୁର୍ଘଟଣା ଗସ୍ତ ହୋଇଛି । ସମ୍ବଲପୁର ରୁ ବରଗଡ଼ ପଟକୁ ଯାଉଥିବା ବେଳେ ଦମଦମା ପୋଲରେ ଝୁଲିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ଭାରସାମ୍ୟ ହରାଇ ପୋଲ ଉପରକୁ ଚଢ଼ିଯାଇଥିଲା ବସ୍ । ଯାହାଫଳରେ ଯାତ୍ରୀ ମାନେ ଜୋର୍ ରେ ଚିତ୍କାର କରିଥିଲେ ।  ଅତାବିରା ସ୍ମଶାନ ଘାଟ ପାଖରେ ଥିବା ଦମ୍ ଦମା ନଦୀର ପୋଲରେ ଅଧା ଝୁଲା ଅବସ୍ଥାରେ ବସଟି ଅଟକି ଯାଇଥିଲା ।

ଅଳ୍ପକେ ବର୍ତ୍ତି ଯାଇଥିଲେ ଯାତ୍ରୀ ।  ପୋଲ ତଳକୁ ଖସି ଥିଲେ ଏକ ବଡ ଅଘଟଣ ହୋଇଥାନ୍ତା ।  ଦୁର୍ଘଟଣାରେ ଆହତ ଯାତ୍ରୀ ମାନଙ୍କୁ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଉଛି ।  ଅତାବିରା ହସ୍ପିଟାଲ ରେ ୨୦ ରୁ ଅଧିକ ଯାତ୍ରୀଙ୍କୁ ଚିକିତ୍ସା କରାଯାଇଥିଲା। ପ୍ରାଣ ବିକଳରେ କେତେକ ଆହତ ଯାତ୍ରୀ ନିଜ ବ୍ୟବସ୍ଥାରେ ଅନ୍ୟ ଘରୋଇ ଡାକ୍ତରଖାନାକୁ ସିଧା ସଳଖ ଯାଇଛନ୍ତି । ଘଟଣା ସ୍ଥଳକୁ ପୋଲିସ ଅତାବିରା ପୋଲିସ ପହଞ୍ଚି ଆହତ ଯାତ୍ରୀ ମାନଙ୍କୁ ହସ୍ପିଟାଲ ପଠାଇଛନ୍ତି ।