Odia News Portal

ଭୁବନେଶ୍ୱର ମହାନଗର ନିଗମର ପ୍ରକାଶ ପାଇଲା ଯୋଗ୍ୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର ମହାନଗର ନିଗମର ପ୍ରକାଶ ପାଇଲା ଯୋଗ୍ୟ ପ୍ରାର୍ଥୀ ତାଲିକା । ମେୟର ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ସମସ୍ତ ୧୨ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ବ କାଏମ। ବିଏମସିର ୬୭ ଟି ୱାର୍ଡର କର୍ପୋରେଟର ପଦବୀ ପାଇଁ ମୋଟ ୩୪୩ ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ଯାଞ୍ଚ ସମୟରେ ଗତକାଲି କେବଳ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି।
ଫଳରେ ବିଏମସିର ୬୭ ଟି ୱାର୍ଡ ପାଇଁ ବର୍ତ୍ତମାନ ୩୪୨ ଜଣ ଯୋଗ୍ୟ ପ୍ରାର୍ଥୀ ରହିଲେ। ଭୁବନେଶ୍ୱର ମହାନଗର ନିଗମର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ବରିଷ୍ଠ IAS ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଅବଜର୍ଭର ଭାବେ ଦାୟିତ୍ୱ ଦିଆଯାଇଛି।