Odia News Portal

ଛୁଆର ଜନ୍ମ ଦିନରେ ମାଆ ଉପରେ ଚଢିଗଲା କାର

ଜନ୍ମଦିନରେ ମା’କୁ ହରାଇଲା ଶିଶୁ କନ୍ୟା ।ଏଭଳି ଘଟଣା ସମସ୍ତକୁ ଆଶ୍ଚର୍ଯ୍ୟ କରିଛି ।ଦୁର୍ଘଟଣାରେ ମା’ର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ବାଉଁଶୁଣି ଥାନା ବୈଦ୍ଧ ଗୁଦୁଗୁଦା ପୋଲ ନିକଟରେ ଘଟିଛି । ସୂଚନା ଅନୁସାରେ ପୁଡୁଗପଥର ଗାଁର ସଚିନ୍ଦ୍ର କୁମ୍ଭାର ଓ ପତ୍ନୀ ନୂଆଦେଇ, ଝିଅର ଜନ୍ମ ଦିନ ପାଇଁ ସାକକେଲ ଯୋଗେ ସଉଦା କରିବାକୁ ଗୁଦୁଗୁଦା ସାପ୍ତାହିକ ହାଟକୁ ଯାଇଥିଲେ । ହାଟ ସାରି ଫେରିବା ବାଟରେ ଗୁଦୁଗୁଦା ପୋଲ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ତାଙ୍କ ସାଇକେଲ ଧକ୍କା ହୋଇଥିଲା ।
ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ଘଟଣା ସ୍ଥଳରେ ହିଁ ଶିଶୁ କନ୍ୟାର ମାଆଙ୍କ ମୃତ୍ୟୁ ଘଟିଥିଲା । ସେପଟେ ଗୁରୁତର ଅବସ୍ଥାରେ ପିତା ସଚିନ୍ଦ୍ର କୁମ୍ଭାରଙ୍କୁ ଉଦ୍ଧାର କରାଯାଇଥିଲା । ପ୍ରଥମେ ବାଉଁଶୁଣି ଓ ପରେ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ବି ଉତ୍ତେଜନା ଲାଗି ରହିଛି ।