ଢାବା ଭିତରେ ପଶିଗଲା କାର୍। ୨ ଯୁବକଙ୍କ ମୃତ୍ୟୁ । ବୀରମିତ୍ରପୁର ନୂଆ ଗାଁରୁ ୧୪୩ ନନ୍ବର ଜାତୀୟ ରାଜପଥରେ ରାଉରକେଲା ଆସୁଥିବା ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯମୁନାନାକି ନିକଟରେ ଭାରସାମ୍ୟ ହରାଇ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୨ରାତି ପ୍ରାୟ ସାଢେ ଗୋଟାଏ ବେଳେ ଦ୍ରୁତ ଗତିରେ ଆସି ରାସ୍ତା କଡ଼ରେ ଥିବା ଏକ ଢାବା ଭିତରକୁ ପଶି ଯାଇଥିଲା କାର୍ । ଦୁର୍ଘଟଣାରେ କାର୍ ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଦୁଇ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଗୁରୁତର ଆହତ ଯୁବକ ଜଣକ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସମସ୍ତ ୩ ଜଣ ରାଉରକେଲା ଟିସିଆଇ ଅଞ୍ଚଳର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ବିରମିତ୍ରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ସେହିପରି ଆଜି ବାଦାମବାଡ଼ି ପାଲାମଣ୍ଡପ ନିକଟରେ ଆଜି ବସ୍ ଦୁର୍ଘଟଣା ହୋଇଥିଲା । ଡିଭାଇଡର ଭାଙ୍ଗି ପଶି ଗଲା ଯାତ୍ରୀବାହୀ ବସ । ଘଟଣା ସ୍ଥଳରେ ବାଦାମବାଡ଼ି ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି । ଅଗ୍ନିଶମ ବାହିନୀ ସହାୟତାରେ ମଝି ରାସ୍ତାରୁ ହଟା ଗଲା ବସ । ଲୁହା ବାଡ ବସ୍ ଭିତରେ ପଶି ଯାଇ ଥିଲା । ତେବେ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
