Odia News Portal

ହସ୍ପିଟାଲ ଖୋଲିବା ପାଇଁ ସବୁ ରାଜ୍ୟକୁ କେନ୍ଦ୍ରର ଚିଠି

କୋଭିଡ୍ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ନୂଆବର୍ଷ ଆରମ୍ଭରୁ କରୋନା ମହାମାରୀ ଦୃତ୍ତ ଗତିରେ ବଢି ଚାଲିଛି । ଦିନକରେ ଦେଶରେ ୨୨ ହଜାର ପାର କରିଛି କୋରୋନା ସଂକ୍ରମିତ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୨୨ ହଜାର ୭୭୫ ନୂଆ ସଂକ୍ରମଣ କେସ୍ ସାମ୍ନାକୁ ଆସିଛି । ପୂର୍ବଦିନ ତୂଳନାରେ ଏହା ୩୬ ପ୍ରତିଶତ ବଢିଛି । ମହାରାଷ୍ଟ୍ରରେ ସର୍ବାଧିକ ୮ହଜାର ୬୭ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସକ୍ରିୟ ମାମଲା ୧ଲକ୍ଷ ପାର କରିଛି ।
ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚିଠି ଲେଖି ରାଜ୍ୟ ଗୁଡିକୁ ସତର୍କ କରାଇଛନ୍ତି । କରୋନା ସଂକ୍ରମିତଙ୍କ ପାଇଁ ଅସ୍ଥାୟୀ ହସପିଟାଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ବର୍ତ୍ତମାନ ମୋଟ କେସ୍ ୩କୋଟି ୪୮ ଲକ୍ଷ ୬୧ ହଜାର ୫୭୯କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ମଧ୍ୟ ଦୃତ ଗତିରେ ବଢି ଚାଲିଛି ସଂକ୍ରମଣ । ୫ଦିନରେ ଅଢେଇ ଗୁଣା ବଢିଛି ସଂକ୍ରମିତଙ୍କ ସଂଖ୍ୟା ।