Odia News Portal

ନଗ୍ନ ଭିଡିଓ କରି ବୟଫ୍ରେଣ୍ଡକୁ ପଠାଉଥିଲା ଛାତ୍ରୀ

ପଞ୍ଜାବ ମାହୋଲ ସ୍ଥିତ ଚଣ୍ଡିଗଡ ୟୁନିଭର୍ସିିଟି ହଷ୍ଟେଲ ଛାତ୍ରୀଙ୍କ ନଗ୍ନ ଭିଡିଓ ଭାଇରାଲ ପରେ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା । ଏହାପରେ ପୋଲିସ ତଦନ୍ତ କରି ଜଣେ ଛାତ୍ରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଛାତ୍ରୀକୁ ପଚରାଉଚରା କରାଯାଉଥିବାବେଳେ ସେ କହିଛି ଯେ ମୁଁ କେବଳ ମୋ ଭିଡିଓ ରେକଡିଂ କରି ପଠାଉଥିଲି । ଆଉ କେଉଁ ପିଲାଙ୍କର ଭିଡିଓ ମୁଁ କରିନାହିଁ ।
ୟୁନିଭର୍ସିଟିର ଲେଡିଜ୍ ହଷ୍ଟେଲରେ ରହୁଥିବା ପ୍ରଥମ ବର୍ଷର ଛାତ୍ରୀଙ୍କ ସୂଚନାନୁସାରେ ଗିରଫ ହୋଇଥିବା ଛାତ୍ରୀ ଏମବିଏ ପାଠ ପଢନ୍ତି । ସେ ବାଥରୁମରେ ମୋବାଇଲ ରଖି ୫୦ରୁ ୬୦ ଛାତ୍ରୀଙ୍କ ନଗ୍ନ ଭିଡିଓ କରି ବୟଫ୍ରେଣ୍ଡକୁ ପଠାଉଥିଲେ ।

ଚଣ୍ଡୀଗଡ଼ ୟୁନିଭର୍ସିଟିରେ ଛାତ୍ରୀଙ୍କ ବ୍ୟକ୍ତିଗତ ଭିଡ଼ିଓ ଭାଇରାଲ୍ ଘଟଣାର ତଦନ୍ତ ହେବ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ରାତି ଓ ଆଜି ସକାଳୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀମାନେ ଜୋରଦାର ବିକ୍ଷୋଭ ଓ ଆନ୍ଦୋଳନ କରିଛନ୍ତି। ଆଜି ସକାଳୁ ମୋହାଲି ଏସ୍‌ପି ବିବେକ ସୋନି ୟୁନିଭର୍ସିଟି କ୍ୟାମ୍ପସ୍‌ରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଏନେଇ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଛାତ୍ରୀକୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି। ତଦନ୍ତରୁ କେବଳ ଅଭିଯୁକ୍ତ ଛାତ୍ରୀ ଜଣଙ୍କର ଭିଡିଓ ରହିଛି। ସେ ଅନ୍ୟ କାହାର ଭିଡିଓ ରେକର୍ଡ କରିନଥିବା ମୋହାଲି ଏସ୍‌ପି ସ୍ପଷ୍ଟ କରିଛନ୍ତି।