Odia News Portal

ରାୟପୁରରେ ୧୦ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ୍

ଛତିଶଗଡ: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଡା ନିଷ୍ପତି ନେଇଛନ୍ତି ଛତିଶଗଡ଼ ସରକାର । ରାୟପୁରରେ ୧୦ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ୍ ଲଗାଇଛନ୍ତି ରାଜ୍ୟ ସରକାର ।ତେବେ ଲକଡାଉନ୍ ଏପ୍ରିଲ ୯ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯିବ ।୯ ତାରିଖ ସନ୍ଧ୍ୟା ୬ରୁ ୧୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା ହୋଇଛି | ରାୟପୁର ଜିଲ୍ଲାପାଳ ଏ ବାବଦରେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଲକଡାଉନ ସମୟରେ ଜିଲ୍ଲାର ସମସ୍ତ ସୀମା ସିଲ୍ କରାଯିବ ବୋଲି କୁହାଯାଇଛି ।