Odia News Portal

ଜଷ୍ଟିସ୍ ଏନବି ରମନ୍ନା ସୁପ୍ରିମକୋର୍ଟର ପରବର୍ତ୍ତୀ ସିଜେଆଇ!

ଏନ.ଭି,ରମଣାଙ୍କ ନାମ ସୁପାରିଶ କଲେ ଜଷ୍ଟିସ ଏସ.ଏ.ବୋବଡେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଏନ.ଭି.ରମନ୍ନା ଦେଶର ପରବର୍ତ୍ତୀ ମୁଖ୍ୟ ବିଚାରପତି ହୋଇପାରନ୍ତି । ଅବସର ଗ୍ରହଣ ପରେ ନିଜର ଉତ୍ତରାଧିକାରୀ ବା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େ ବିଚାରପତି ଏନ୍‌.ଭି ରମନ୍ନାଙ୍କ ନାମ ସୁପାରିଶ କରିଛନ୍ତି ।

ଏପ୍ରିଲ୍‌ ୨୩ ତାରିଖରେ ପ୍ରଧାନ ବିଚାରପତି ବୋବ୍‌ଡେ୍‌ ଅବସର ଗ୍ରହଣ କରିବେ ।ତେବେ ତାଙ୍କ ଅବସର ପରେ ନିଜର ଉତ୍ତରାଧିକାରୀ ସୁପାରିସ କରିବା ଲାଗି ଗତ ସପ୍ତାହରେ ସରକାର ତାଙ୍କୁ ଜଣାଇଥିଲେ । ଏଥିପାଇଁ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଶୁକ୍ରବାର ଦିନ ପ୍ରଧାନ ବିଚାରପତି ବୋବ୍‌ଡ଼େଙ୍କ ନିକଟକୁ ପତ୍ର ପଠାଇଥିଲେ । ବୋବ୍‌ଡ଼େଙ୍କ ପରେ ବିଚାରପତି ଏନ୍‌ଭି ରମଣା ହେଉଛନ୍ତି ସୁପ୍ରିମ୍‌ କୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ରମଣା ୨୦୨୨ ଅଗଷ୍ଟ ୨୬ ପର୍ଯ୍ୟନ୍ତ ଦେଶର ପ୍ରଧାନ ବିଚାରପତି ରହିବେ।

ଏନ୍‌.ଭି ରମନ୍ନାଙ୍କୁ ୨୦୧୭ ଫେବୃଆରୀ ୨ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ କାର୍ଯ୍ୟକାଳକୁ ଦୁଇ ବର୍ଷରୁ କମ ସମୟ ବାକି ଅଛି। ସେ ୨୦୧୨ ଅଗଷ୍ଟ ୨୬ ତାରିଖରେ ଅବସର ନେବେ। ସେ ୧୯୮୩ ଫେବୃଆରୀ ୧୦ ତାରିଖରୁ ଓକିଲାତି ଆରମ୍ଭ କରିଥିଲେ। ସେତେବେଳେ ଚନ୍ଦ୍ରାବାବୁ ନାଇଡୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିଲେ। ଜଷ୍ଟିସ ଏନ୍‌.ଭି ରମନ୍ନା ଆନ୍ଧ୍ରପ୍ରଦେଶ ସରକାରଙ୍କ ଆଡିସନାଲ ଆଡ଼ଭୋକେଟ ଜେନେରାଲ ଥିଲେ। କୃଷକ ପରିବାରରୁ ଆସିଥିବା ଏନବି ରମଣା ବିଜ୍ଞାନ ଓ ଆଇନରେ ସ୍ନାତକ କରିଛନ୍ତି। ଏହାପରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ, କେନ୍ଦ୍ର ପ୍ରଶାସନିକ ଟ୍ରିବ୍ୟୁନାଲ ଓ ସୁପ୍ରିମକୋର୍ଟରେ ଆଇନ ପ୍ରାକ୍ଟିସ ଆରମ୍ଭ କରିଥିଲେ। ରାଜ୍ୟ ସରକାରଙ୍କ ଏଜେନ୍ସି ପାଇଁ ସେ ପ୍ୟାନେଲ କାଉନସିଲ ଭାବେ କାମ କରୁଥିଲେ। ୨୦୦୦ ଜୁନ ୨୭ରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୧୩ ମାର୍ଚ୍ଚ ୧୩ରୁ ମେ’ ୨୦ ଯାଏଁ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଥିଲେ।