ମେଡିଏସନ୍ ସମ୍ମିଳନୀ ଉଦ୍ଘାଟନ କରିବେ ପ୍ରଧାନ ବିଚାରପତି By Swadhikar News Last updated Sep 26, 2025 ଆସନ୍ତା ୨୭ତାରିଖରୁ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ଜାତୀୟ ମେଡିଏସନ୍ ସମ୍ମିଳନୀକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର୍ ଗଭାଇ ଉଦ୍ଘାଟନ କରିବେ। ଏହି ସମ୍ମିଳନୀରେ ସୁପ୍ରିମକୋର୍ଟ, ସମସ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିଚାରପତି, ବିଭିନ୍ନ ରାଜ୍ୟର ଆଡଭୋକେଟ୍ ଜେନେରାଲ, ଆଇନ ବିଶେଷଜ୍ଞ, ବିଭିନ୍ନ ଆଇନ ବିଶ୍ବବିଦ୍ୟାଳୟର କୁଳପତି, ଆଇନଜୀବୀମାନେ ଯୋଗଦେବେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଏହି ସମ୍ମିଳନୀରେ ମୁଖ୍ୟତଃ କିପରି କୋର୍ଟ ବାହାରେ ବହୁ ମାମଲାର ଆପୋସ ସମାଧାନ ହେବ, ଲୋକ କୋର୍ଟକୁ ବାରମ୍ବାର ଦଉଡ଼ିବେନି, ବହୁବର୍ଷ ଧରି ଚାଲୁଥିବା ସମସ୍ୟାର ସମାଧାନ ହୋଇପାରିବ ସେନେଇ ଅାଲୋଚନା ହେବା ସହ ସୁପ୍ରିମକୋର୍ଟର ବିଚାରପତିମାନେ ପରାମର୍ଶ ଦେବେ। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଆଟର୍ଣ୍ଣି ଜେନେରାଲ୍ ଆର୍. ଭେଙ୍କଟରମଣି, ସଲିସିଟର େଜନେରାଲ୍ ତୁଷାର ମେହେଟା, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ, ବିଚାରପତି ମାନସ ରଂଜନ ପାଠକ ପ୍ରମୁଖ ଯୋଗଦେବେ। ସେହିପରି ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ବହୁ ବିଚାରପତି ଯୋଗଦେବେ। ସେମାନେ ହେଲେ ଜଷ୍ଟିସ୍ ଜେ.କେ ମାହେଶ୍ବରୀ, ଜଷ୍ଟିସ୍ ବି.ଭି ନାଗରତ୍ନା, ଜଷ୍ଟିସ୍ ଏମ୍.ଏମ୍ ସୁନ୍ଦ୍ରେଶ, ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାହ, ଜଷ୍ଟିସ୍ ଅରବିନ୍ଦ କୁମାର, ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର, ଜଷ୍ଟିସ୍ ଏନ୍. କୋଟିଶ୍ବର ସିଂହ, ଜଷ୍ଟିସ୍ ବିପୁଲ୍ ଏମ୍. ପାଞ୍ଚୋଲି ପ୍ରମୁଖ ଯୋଗଦେବେ। ଦ୍ବିତୀୟ ଦିନ କାର୍ଯ୍ୟକ୍ରମରେ ୫ଟି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସୁପ୍ରିମକୋର୍ଟ ଓ ହାଇକୋର୍ଟର ବିଚାରପତିମାନେ ଅଭିଭାଷଣ ରଖିବେ। ଏହାପରେ ଉଦ୍ଯାପନୀ ଉତ୍ସବ ହେବ। ଆଜି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଓ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସମ୍ମିଳନୀର ଥିମ୍ ଓ ଲୋଗୋ ଉନ୍ମୋଚନ କରିଥିଲେ। swadhikarswadhikar news Share