କେନ୍ଦୁଝରରେ ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ By Swadhikar News Last updated Oct 1, 2025 କେନ୍ଦୁଝର ପୁରୁଣାବଜାର ସାର୍ବଜନୀନ ଶ୍ରୀଦୁର୍ଗା ଉତ୍ସବ କଲ୍ଚରାଲ୍ କମିଟି ପକ୍ଷରୁ ପ୍ଲାଟିନମ୍ ଜୁବୁଲି ପାଳନ କରାଯାଉଛି। ଏଥିପାଇଁ ପାଞ୍ଚଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆଜି ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ମାଆଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି। ପୂଜା କମିଟିର ସଭାପତି ସଂଗ୍ରାମ ଦାସଙ୍କ ସଂଯୋଜନାରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିନୋଦ ବିହାରୀ ବେଜ, ଗଦାଧର ପୃଷ୍ଟି, ନିହାର ରଞ୍ଜନ ଦାସ, ଦିଲ୍ଲୀପ ପଣ୍ଡା, ସୁରେନ୍ଦ୍ର ଦାଶ, ଗୋପୀନାଥ ରାମ୍, ଉପସଭାପତି ପ୍ରିୟପଦ ମିଶ୍ର, ସମ୍ପାଦକ ଜିତେନ୍ଦ୍ର ସାହୁ, ସମ୍ପାଦକ ଦଶରଥ ସାହୁ, ସତ୍ୟଜିତ ମିଶ୍ର, ଅଭିନାଶ ରାଉତ, ରାଜୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଗାୟକ ରମାକାନ୍ତ ପାତ୍ର ଓ ସାଥୀ ପାଲା ପରିବେଷଣ କରିଥିଲେ। ପରେ ଯୁବ କଣ୍ଠଶିଳ୍ପୀ ଦେବଦର୍ଶନ ଦାଶଙ୍କ ସଂଯୋଜନାରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। swadhikarswadhikar news Share