Odia News Portal

ମୁଖ୍ୟମନ୍ତ୍ରୀଙ୍କ ବାରବାଟୀ ମ୍ୟାଚ୍ ସମୀକ୍ଷା, ୩ ବର୍ଷ ପରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ

ମୁଖ୍ୟମନ୍ତ୍ରୀଙ୍କ ବାରବାଟୀ ମ୍ୟାଚ୍ ସମୀକ୍ଷା । ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଅନ୍ତର୍ଜାତୀୟ T20 ମ୍ୟାଚ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୈଠକରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ । ମୁଖ୍ୟସଚିବ, ପୋଲିସ ଡିଜିଙ୍କ ସମେତ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଉପସ୍ଥିତ ଥିଲେ।

ଡିସେମ୍ବର ୯ରେ ବାରବାଟୀରେ ଭାରତ ଓ ଦ.ଆଫ୍ରିକା ଟି-୨୦ ସିରିଜର ପ୍ରଥମ T20 ମ୍ୟାଚ ଖେଳାଯିବ । ବାରବାଟୀରେ ଏହା ଏହା ହେବ ଚତୁର୍ଥ ଟି-ଟ୍ବେଣ୍ଟି । ପୂର୍ବରୁ ୨୦୧୫, ୨୦୧୭ ଓ ୨୦୨୨ରେ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳାଯାଇଥିଲା । ଶେଷ ଟି-ଟ୍ବେଣ୍ଟି ମ୍ୟାଚ୍ ୨୦୨୨ ଜୁନ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା । ୩ ବର୍ଷ ପରେ ପୁଣି ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ।