Odia News Portal

ମାଓପ୍ରବଣ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

*କେନ୍ଦ୍ରୀୟ ବାହିନୀ ନିୟୋଜନ ବାବଦ ଖର୍ଚ୍ଚ ଛାଡ଼ ଦାବି ।

ଭୁବନେଶ୍ୱର: କେନ୍ଦ୍ରୀୟ ବାହିନୀ ନିୟୋଜନ ବାବଦ ଖର୍ଚ୍ଚ ଛାଡ଼ ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସିଏଲପିଏଫ ଯବାନ ମୁତୟନ ବାବଦକୁ ଓଡ଼ିଶା ଠାରୁ ୪୫୬୧.୨୧ କୋଟି ଖର୍ଚ୍ଚ ଦାବି କରିଛି କେନ୍ଦ୍ର  । ଦେଶ ପାଇଁ ମାଓ କାର୍ଯ୍ୟକଳାପ ଏକ ବଡ଼ ସମସ୍ୟା ହୋଇଥିବାବେଳେ ମାଓ ପ୍ରବଣ ରାଜ୍ୟରେ କେନ୍ଦ୍ର ସରକାର ସିଏପିଏଫ ଯବାନ ମୁତୟନ କରିଥାନ୍ତି ।ତେବେ ଏହା ଏକ ଜାତୀୟ ପ୍ରସଙ୍ଗ ଓ ଅ ।ଭ୍ୟନ୍ତରୀଣ ସୁରକ୍ଷା ବ୍ୟାପାର କହି ଏଥିରେ ଅର୍ଥ ଛାଡ କରିବାକୁ ଦାବି କରିଛି ଓଡ଼ିଶା  । ଓଡ଼ିଶାର ଯୁକ୍ତି ହେଲା, ଉଭୟ କେନ୍ଦ୍ର ଓ ରାଜ୍ୟମାନେ ମିଳିତ ଭାବେ ମାଓ ମୁକାବିଲା କରୁଛନ୍ତି । ଓଡ଼ିଶା ସରକାର ସୀମିତ ସମ୍ବଳରେ ସୁରକ୍ଷା ବାହିନୀ ନିୟୋଜିତ କରୁଛନ୍ତି ।ମାଓ କାର୍ଯ୍ୟକଳାପ ରୋକିବାକୁ ୧୨ଟି ବାଟାଲିୟନ ପ୍ରତିଷ୍ଠା ହୋଇଛି । ପୋଲିସ କ୍ୟାଡରରେ ୩୦ ହଜାର ପଦବୀ ସୃଷ୍ଟି କରାଯାଇଛି । ମାଓ ମୁକାବିଲା ପାଇଁ ସୁରକ୍ଷାବଳକୁ ସ୍ୱତନ୍ତ୍ର ତାଲିମ ଦିଅ ।ଯାଉଛି । କେନ୍ଦ୍ରୀୟ ବାହିନୀ ମୁତୟନରେ ଓଡ଼ିଶା ସମସ୍ୟାକୁ କେନ୍ଦ୍ର ସମ୍ମାନ ଦେଇ ଗୃହ ବିଭାଗ ପକ୍ଷରୁ ଦାବି ଅର୍ଥର ପୁନର୍ବି·ର କରିବାକୁ କୁହାଯାଇଛି । ୨୦୧୫ରେ ଓଡ଼ିଶା ଏ ବାବଦରେ କେନ୍ଦ୍ରକୁ ଚିଠି ଲେଖିଥିଲା  ।କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଏହାର ଉତ୍ତରରେ କହିଥିଲେ ଯେ କେନ୍ଦ୍ରର ପ୍ରଚଳିତ ନୀତିରେ ଏନେଇ କେଣସି ବ୍ୟବସ୍ଥା ନାହିଁ  । କିଛି ସ୍ୱତନ୍ତ୍ର ମାନ୍ୟତା ପ୍ରାପ୍ତ ରାଜ୍ୟକୁ ଛାଡ଼ି ଅନ୍ୟମାନେ ଏହି ଭାର ବହନ କରନ୍ତି  । ଦେଶର ସମ୍ବଳ ଅଭାବରୁ ଅନ୍ୟ ରାଜ୍ୟ ମାନଙ୍କୁ ଏହି ଖର୍ଚ୍ଚ ଛାଡ଼ କରିବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୨୦୧୫ରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଉତ୍ତର ଦେଇଥିଲା  । ଯାହାର ପୁନର୍ବି·ର କରିବାକୁ ପୁଣି ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି ।