Odia News Portal

ପାରାଦୀପରେ ବ୍ଲୁ ଫ୍ଲାଗ ବିଚ୍ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ସେପ୍ଟେମ୍ବର ସୁଦ୍ଧା ସରିବ କାମ

ପାରାଦୀପରେ ଆଜି ସକାଳୁ ମୁଖ୍ଯ ଶାସନ ସଚିବ ଅନୁ ଗର୍ଗ ସମୀକ୍ଷା କରିଛନ୍ତି। ପ୍ରଥମେ ବେଳାଭୂମିକୁ ଯାଇ ସମୀକ୍ଷା କରିବା ସହ ସେପ୍ଟେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ଯ ରଖାଯାଇଥିବା ଶ୍ରୀମତୀ ଗର୍ଗ ଗଣମାଧ୍ଯମକୁ ସୂଚନା ଦେଇ କହିଛନ୍ତି। ଦୀର୍ଘ ୭ କିଲୋମିଟର ବେଳାଭୂମିରେ ଉନ୍ନୟନ କରାଯିବା ସହ ସେଥିରୁ କିଛି ଅଂଶ ବ୍ଲୁ ଫ୍ଲାଗ ବିଚ୍ ରହିବ। ବେଳାଭୂମିର ଉନ୍ନତି ହେଲେ ପର୍ଯ୍ଯଟକ ଅଧିକ ଆକୃଷ୍ଟ ହେବେ ୨୦୪୭ ସୁଦ୍ଧା ଏହି ଅର୍ଥନୈତିକ ଜୋନରୁ ରାଜ୍ଯ ରାଜକୋଷକୁ ୩୩ ପ୍ରତିଶତ ଅର୍ଥ ଆସିବାକୁ ଲକ୍ଷ୍ଯ ରଖାଯାଇଛି। ପାରାଦୀପରେ ବନ୍ଦର, ଶିଳ୍ପ ସହ ପର୍ଯ୍ଯଟନକୁ ମଧ୍ଯ ପ୍ରାଧାନ୍ଯ ଦିଆଯାଉଛି। ସେହିପରି ପୁରୀରେ ପର୍ଯ୍ଯଟନ, କଟକକୁ ଐତିହାସିକ ସହର ଓ ଭୁବନେଶ୍ବରକୁ ଶିକ୍ଷା, ସ୍ବାସ୍ଥ୍ଯ ଭିତ୍ତିଭୂମି ଭାବେ ପରିଗଣିତ କରାଯିବାକୁ ଲକ୍ଷ୍ଯ ରଖାଯାଇଛି। ପାରାଦୀପ ବନ୍ଦର ପଣ୍ଯ କାରାବାରକୁ ଦୁଇଗୁଣା କରିବାକୁ ଯୋଜନା ରହିଛି। ଏ ନେଇ ପାରାଦୀପ ବନ୍ଦର ଅଧ୍ଯକ୍ଷଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯିବ | ଯଦି କଣ ସମସ୍ୟା ରହିଛି ତାହେଲେ ତାହାର ସମାଧାନ ପାଇଁ ଚେଷ୍ଟା କରାଯିବ | ସେହିପରି ଇଣ୍ଡିଆନ ଅଏଲ ରିଫାଇନାରୀରେ ମଧ୍ଯ ସମୀକ୍ଷା କରାଯିବ।