Odia News Portal

ଚିଲିକାର ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି, ନିର୍ମାଣ ହେବ ବ୍ରିଜ୍

ଜିଲ୍ଲାପାଳଙ୍କ ଚିଠି ଚିଲିକାକୁ ଦେଖାଉଛି ସ୍ବପ୍ନ । ଚିଲିକାର ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି । ଚିଲିକା ଉପରେ ନିର୍ମାଣ ହେବ ବ୍ରିଜ୍ । ଚିଲିକାରେ ବ୍ରିଜ ହେଲେ ଉପକୃତ ହେବେ ଦୁଇଟି ବ୍ଲକର ହଜାର ହଜାର ଲୋକ । ୬ କିଲୋମିଟର ବିପଦପୂର୍ଣ୍ଣ ଜଳଯାତ୍ରାର ହେବ ଅନ୍ତ । ପୁରୀ ଜିଲ୍ଲାପାଳ ଦିବ୍ୟାୟୋତି ପରିଡା NHAIକୁ ଏକ ଚିଠି ଲେଖିଛନ୍ତି । ଚିଲିକା ସାତପଡ଼ାରୁ ଗୋପାଳପୁର ପର୍ଯ୍ୟନ୍ତ ହେବ ୨ ଲେନ ବିଶିଷ୍ଟ ଜାତୀୟ ରାଜପଥ ।

ଏଥିପାଇଁ ଖୁବଶୀଘ୍ର ଜମି ଅଧିଗ୍ରହଣ ହେବ । ଚିଲିକା ଉପକୂଳରେ ଥିବା ଦୁଇଟି ତହସିଲର ୮ଟି ଗାଁରେ ଜମି ଅଧିଗ୍ରହଣ ହେବ । ବ୍ରହ୍ମଗିରି ତହସିଲିର ସାତପଡ଼ା, ଆଳୁପାଟଣା ଓ ଗୋପୀନାଥପାଟଣା ତିନିଟି ଗାଁ ଓ କୃଷ୍ଣପ୍ରସାଦ ତହସିଲିର ବ୍ରହ୍ମପୁର, ମହିଁସା, ଭାବିନିପୁର, ପରଳା ଓ ଜହ୍ନିକୁଦା ୫ ଟି ଗାଁରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ।