Odia News Portal

୨୦ ତମ ଜୁନିୟର ଅନ୍ତଃଜିଲ୍ଲା ସିପକ ଟାକ୍ରୋ ପ୍ରତିଯୋଗିତା ଉଦଘାଟିତ

କଟକ : ଓଡ଼ିଶା ସିପକ ଟାକ୍ରୋ ସଙ୍ଘ ଓ କଟକ ସିପକ ଟାକ୍ରୋ ସଙ୍ଘ ମିଳିତ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମର ସିପକ ଟାକ୍ରୋ କମ୍ପ୍ଲେକ୍ସଠାରେ ୨୦ତମ ଜୁନିୟର ଅନ୍ତଃଜିଲ୍ଲା ସିପକ ଟାକ୍ରୋ  ପ୍ରତିଯୋଗିତା  ଉଦଘାଟିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଉଦ୍ଘାଟନୀ ଉତ୍ସବ ମୁଖ୍ୟ ଅତିଥି ଭାବେ ଜାତୀୟ ସିପକ ଟାକ୍ରୋ ସଙ୍ଘରେ ଉପ ସଭାପତି ବିମଳ ପାଲ , ମୁଖ୍ୟ ବକ୍ତା ଭାବେ ଓଷ୍ଟା ଉପ ସଭାପତି ବିଜୟ କୁମାର ସାମଲ ଯୋଗ ଦେଇ ପ୍ରତିଯୋଗିତାର ସଫଳତା କାମନା କରିବା ସହ କ୍ରୀଡ଼ାବିତମାନଙ୍କୁ ସୁବେଛା ଜ୍ଞାପନ କରିଥିଲେ।
ଉକ୍ତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ କଟକ ଜିଲ୍ଲା ସମ୍ପାଦକ ଅକ୍ଷୟ କୁମାର ସାହୁ, ଆନ୍ତର୍ଜାତିକ ରେଫେରୀ ଅଶ୍ୱିନୀ କୁମାର ମହାନ୍ତି, କୋଷାଧ୍ୟକ୍ଷ ନିରୋଦ କୁମାର ସ୍ୱାଇଁ,, କାର୍ଯ୍ୟାଳୟ ସଂପାଦକ ବିଶ୍ୱନାଥ ମିଶ୍ର, ରେଫେରୀ ଲିଙ୍ଗରାଜ ପୃଷ୍ଟି, କେ.ଭି. ରାଜଶେଖର, ନଟବର ସେଠୀ, କିସ ମ୍ୟାନେଜର ମନୀଷା ତରାସିଆ , ମୟୁରଭଞ୍ଜ ମ୍ୟାନେଜର ପ୍ରଭାତୀ ମହାପାତ୍ର ଉପସ୍ଥିତ ଥିଲେ।
ଓଷ୍ଟା ଉପ ସଭାପତି  ମହମ୍ମଦ ଗୁଲଫାମ ପ୍ରତିଯୋଗିତାର ସବିଶେଷ ବିବରଣୀ ପ୍ରଦାନ କରିବା ସହ ଆନ୍ତର୍ଜାତିକ ରେଫେରୀ ସର୍ଦାରୀ ଲାଲ ଶର୍ମା ନିକଟ ଅତୀତରେ ଅକାଳ ବିୟୋଗ ହୋଇ ଥିବାରୁ ଆତ୍ମାର ସଦଗତି ନିମନ୍ତେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଓ କ୍ରୀଡ଼ାବିତ ୨ ମିନିଟ ନିରବ ପାର୍ଥନା କରିଥିଲେ।ଏହି  ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ  ୧୮ ଟି ବାଳକ ଦଳ ଓ ୪ ଟି ବାଳିକା ଦଳ ସର୍ବ ମୋଟ  ୧୩୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି । ରାଜ୍ୟ ସିପକ ଟାକ୍ରୋ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ପରିଚାଳନାର ସମସ୍ତ ଦାୟିତ୍ବ ନିର୍ବାହ କରିଥିଲେ । ସଭା ଶେଷରେ  ଆନ୍ତର୍ଜାତିକ ରେଫେରୀ ବ୍ରଜ ମୋହନ ସାହୁ ସମସ୍ତ ଅତିଥିବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।