ବିହାରର ପ୍ରସିଦ୍ଧ ମା’ ଶୀତଳାଙ୍କ ମନ୍ଦିରରେ ବଡ଼ ଅଘଟଣ । ଦଳାଚକଟାରେ 8 ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ଆଜି (ମଙ୍ଗଳବାର) ବିହାର ଶରିଫ ମାଘରାଠାରେ ଥିବା ପ୍ରସିଦ୍ଧ ମା’ ଶୀତଳା ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ସ୍ଥିତି ଉପୁଜିଥିଲା । ପୂଜାର୍ଚ୍ଚନା ସମୟରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ହୋଇଥିବା ବେଳେ, ଠେଲାପେଲା ହୋଇଥିଲା । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା 8 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡ଼ିଛି ।
